Thursday, April 9, 2026
24.8 C
Odisha

    ୨୦୩୪ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ: 5T ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୨୦୩୪ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ। ପ୍ରଥମ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀର ଶେଷ ଦିନରେ ୨୦୩୬ରେ ଓଡ଼ିଶା, ନବଦିଗନ୍ତର ସମ୍ଭାବନା ଆଲୋଚନାଚକ୍ରରେ ଭାଗ ନେଇ ରାଜ୍ୟ ରୂପାନ୍ତରଣର ଚିତ୍ର ରଖିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୯ ପରେ ରାଜ୍ୟରେ ଆସିଛି ବଡ ପରିବର୍ତ୍ତନ। ପରିବର୍ତ୍ତନର ନାମ ହେଉଛି ରୂପାନ୍ତରଣ। ଲକ୍ଷ୍ୟ ରହିଛି ନୂଆ ଓ ସଶକ୍ତ ଓଡ଼ିଶା। ୨୦୦୦ ମସିହାରେରେ ରାଜ୍ୟରେ ଗରିବୀ ହାର ୬୮ପ୍ରତିଶତ ଥିଲା, ୨୦୨୩ରେ ଏହା ୧୧ପ୍ରତିଶତକୁ ଖସି ଆସିଛି। ୨୦୦୦ମସିହାରେ ଖାଦ୍ୟ ପାଇଁ ପଞ୍ଜାବ ହରିୟାଣା ଉପରେ ନିର୍ଭର କରୁଥିଲୁ। ହେଲେ ୨୦୧୭-୧୮ରୁ ଓଡ଼ିଶା ଉପରେ ଅନ୍ୟ ରାଜ୍ୟ ନିର୍ଭରଶୀଳ। ଓଡ଼ିଶାରୁ ଖାଦ୍ୟଶସ୍ୟ ଅନ୍ୟ ରାଜ୍ୟକୁ ଯାଉଛି।

    ଓଡ଼ିଶାର କୋଭିଡ୍ ପରିଚାଳନା ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଲା। ୨୨ରାଜ୍ୟକୁ ଅକ୍ସିଜେନ୍ ପଠାଇବା ସହ ପ୍ରତି ଦିନ ୪୦ହଜାର ଲୋକଙ୍କ ଜୀବନ ବଞ୍ଚାଇଲା ଓଡ଼ିଶା। କିଛିବର୍ଷ ଭିତରେ SCB ହେବ ସବୁଠୁ ବଡ଼ ମେଡିକାଲ। ଓଡ଼ିଶା ଲୋକ ବାହାରକୁ ଯିବେନି, ବାହାର ଲୋକ ଚିକିତ୍ସା ପାଇଁ SCBକୁ ଆସିବେ। ଶିକ୍ଷା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି। ସବୁ ହାଇସ୍କୁଲର ରୂପାନ୍ତରଣ ହୋଇସାରିଥିବା ବେଳେ ୨ମାସ ଭିତରେ ସବୁ କଲେଜର ରୂପରେଖ ବଦଳିବ। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ୨୦୦୦ମସିହାରେ ୩୩ଲକ୍ଷ ଏକର ଜମିରେ ଜଳସେଚନ ହେଉଥିଲା। ଏବେ ୬୫ଲକ୍ଷ ଏକର ଜମିକୁ ଜଳସେଚନ ହେଉଛି। ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟୁଛି। ୨୦୦୦ରେ ଓଡ଼ିଶା ପୁଞ୍ଜିନିବେଶରେ ସବୁଠୁ ତଳେ ଥିଲା। ଏବେ ନିବେଶରେ ଓଡ଼ିଶା ଦୁଇ ନମ୍ବରକୁ ଉଠିଛି। ବଡ଼ ବଡ଼ କମ୍ପାନୀର ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ଭୁବନେଶ୍ୱରକୁ ମିଳିଛି ଗ୍ରୀନ୍ ଆଇଟି କ୍ୟାପିଟାଲ ପରିଚୟ। ରାଜସ୍ୱ ବଳକାରେ ଓଡ଼ିଶା ଶୀର୍ଷରେ। ଗତ ୨୨ବର୍ଷରେ ଓଡ଼ିଶାରେ ବ୍ୟାପକ ଉନ୍ନତି ହୋଇଛି। ଆଦିବାସୀ, ମହିଳା, ଆଞ୍ଚଳିକ ବୈଷମ୍ୟ ଦୂର ଦିଗରେ କାମ କରାଯାଇଛି। ମହିଳା ସଶକ୍ତୀକରଣରେ ଓଡ଼ିଶା ନମ୍ବର ଓ୍ୱାନ ହୋଇଛି। ଗତବର୍ଷ ଏସଏଚଜି ମହିଳା ୧୨ହଜାର କୋଟି ଋଣ ନେଇଛନ୍ତି। ଏବର୍ଷ ୧୫ହଜାର କୋଟି ଋଣ ନେବେ ଏସଏଚଜି ମହିଳା। ଏହି ଅର୍ଥ ଗାଁ ଗାଁରେ ବ୍ୟାପକ ରୂପାନ୍ତରଣ ଆଣିବ। ଓଡ଼ିଶାରେ ସ୍ପିରଚୁଆଲ ଗଭର୍ଣ୍ଣାନନ୍ସ ବା ଆଧ୍ୟାତ୍ମିକ ଶାସନ ବ୍ୟବସ୍ଥା ଚାଲିଛି। ସ୍ୱଚ୍ଛତା, ନମ୍ରତା, ଭଗବାନଙ୍କ ଉପରେ ବିଶ୍ୱାସ ଏହାର ମୂଳପିଣ୍ଡ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    69 %
    0.8kmh
    36 %
    Thu
    37 °
    Fri
    37 °
    Sat
    39 °
    Sun
    42 °
    Mon
    41 °

    ସମ୍ବନ୍ଧିତ