Saturday, October 3, 2026
23.6 C
Odisha

    ରାଜ୍ୟରେ ରହିଛି ୭୧୯ ବେଆଇନ ଆପାର୍ଟମେଣ୍ଟ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ବିଧାନସଭାର ସପ୍ତମ ଦିନରେ ଚାଲିଛି ପ୍ରଶ୍ନକାଳ। ଏହି ସମୟରେ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ ବିଭିନ୍ନ ସହରରେ ବେଆଇ ଆପାର୍ଟମେଣ୍ଟ ସଂଖ୍ୟା କେତେ? ଭୁବନେଶ୍ୱରରେ କେତେ ସଂଖ୍ୟକ ବେଆଇନ ଆପାର୍ଟମେଣ୍ଟ ରହିଛି? ଆଇନ ସମ୍ମତ ନଥାଇ ଏହି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ବିଲଡରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି?ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ବେଆଇନ କୋଠାବାଡି ନିର୍ମାଣ କରୁଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାମାନଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ର ଧାରା ୯୦, ୯୧, ୯୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଗତ ବ୍ୟବସ୍ଥା ରହିଛି। ରାଜ୍ୟରେ ବିଭିନ୍ନ ସହରରେ ବେଆଇନ ଗଠିତ ସମସ୍ତ ଆପାର୍ଟମେଣ୍ଟ ଗୁଡିକର ବିଧିବଦ୍ଧ ଆକଳନ କରାଯାଇନଥିଲେ ମଧ୍ୟ, ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହର ମାନଙ୍କରେ ୭୧୯ଟି ମାମଲା ବେଆଇନ କୋଠାବାଡି ବିରୋଧରେ ଦାଖଲ ହୋଇଛି । ୬୮୯ଟି ମାମଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଦାୟର ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ