Thursday, October 8, 2026
30.4 C
Odisha

    ଭୂକମ୍ପରେ ଥରିଲା ଆମେରିକା

    ଆଗକୁ ପଢନ୍ତୁ

    ୱାଶିଂଟନ: ଆମେରିକାରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଯାଇଛି। ବୁଧବାର ଦିନ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଯାହା ପ୍ରଭାବରେ ଆମେରିକା ଥରହର ହୋଇ ପଡ଼ିଥିଲା। ଯାହା ପରେ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରୁ ସୁନାମୀ ଚେତାବନୀ ପ୍ରକାଶ ପାଇଛି। କର୍ତ୍ତୃପକ୍ଷ ଦକ୍ଷିଣ ଆଲାସ୍କା ଏବଂ ଆଲାସ୍କା ଉପଦ୍ୱୀପ ପାଇଁ ସୁନାମି ଚେତାବନୀ ଜାରି କରିଛନ୍ତି ବୋଲି ସୂଚନା ରହିଛି।ଆଲାସ୍କାର ପାଲମରରେ ଥିବା ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ “ସୁନାମୀ ହେବ ବୋଲି ନିଶ୍ଚିତ ହୋଇଛି ଏବଂ କିଛି ପ୍ରଭାବ ଆଶା କରାଯାଉଛି,”। ପ୍ରାରମ୍ଭିକ ସୂଚନା ଆଧାରରେ, ଦୂରବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇ ନଥିଲା।।

    ୟୁଏସ୍‌ଜିଏସ୍‌ କହିଛି ଯେ ଭୂମିକମ୍ପ ପ୍ରାୟ ୧୨:୩୭ ସ୍ଥାନୀୟ ସମୟ (୨୦୩୭ ଜିଏମ୍‌ଟି) ରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ସ୍ୟାଣ୍ଡ ପଏଣ୍ଟ ଦ୍ୱୀପ ସହରରୁ ପ୍ରାୟ ୫୪ ମାଇଲ (୮୭ କିଲୋମିଟର) ଦକ୍ଷିଣରେ ଅବସ୍ଥିତ। ଭୂମିକମ୍ପର ଗଭୀରତା ୨୦.୧ କିଲୋମିଟର ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.4 ° C
    30.4 °
    30.4 °
    58 %
    3.2kmh
    4 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ