Monday, October 19, 2026
23.2 C
Odisha

    କେନାଲରେ ଖସିପଡିଲା ବସ, ୮ ଯାତ୍ରୀଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଞ୍ଜାବରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି | ଏକ ବସ କେନାଲରେ ଖସିପଡିଥିବାବେଳେ ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ତେବେ ଗୁରୁତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଏହି ଦୁର୍ଘଟଣା ପଞ୍ଜାବ ବଠିଣ୍ଡାର ଜୀବନସିଂ ଗ୍ରାମରେ ଘଟିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ ପୁଲିସ କହିଛି ଯେ ଆଜି ଏକ ଘରୋଇ ବସ୍ ବଠିଣ୍ଡାରୁ ତଲୱାଣ୍ଡି ସାବୋକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ​​|

    ବସଟି କେନାଲ ଭିତରକୁ ଖସିପଡିଥିବାବେଳେ ଏହା ଭିତରେ ଅନେକ ଯାତ୍ରୀ ଫସି ରହିଥିଲେ | ତେବେ ଦୁର୍ଘଟଣା ନେଇ ଜଣାପଡିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ଏହାପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ବସ୍ ଦୁର୍ଘଟଣାରେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

    ଡ୍ରାଇଭର ଜଣକ ମାନସ ନିବାସୀ ବାଲକର ସିଂ ବୋଲି ଜଣାପଡିଛି। ଏଥି ସହିତ ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଥିବା ଜଣାଯାଇଛି, ଯେଉଁଥିରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବସ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଭାରସାମ୍ୟ ହରାଇବାରୁ ବ୍ରିଜ ତଳକୁ ବସ ଖସିପଡିଥିବାର କୁହାଯାଉଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ