Sunday, October 4, 2026
28.6 C
Odisha

    ଅ‌ଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଲେ ମୋଦୀ; ପରସ୍ପରଙ୍କୁ କଲେ ଆଲିଙ୍ଗନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ପରେ ଏବେ ଏବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ତେବେ ଅ‌ଷ୍ଟ୍ରିଆକୁ ଦୀର୍ଘ ୪୦ ବର୍ଷ ପରେ ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେଠାରେ ଯାଇ ମୋଦୀ ଅଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଛନ୍ତି। ମୋଦୀ ସେଠାରେ ପହଞ୍ଚିବା ପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଥିବା ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍‌ ଗସ୍ତ ପରେ ସେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଶାଲେନବର୍ଗ ମୋଦୀଙ୍କୁ ସ୍ବାଗତ କରିଥିଲେ।
    ବୁଧବାର ଦିନ ସରକାରୀ ଆଲୋଚନା ପୂର୍ବରୁ ଅଷ୍ଟ୍ରିଆର ଚାନ୍‌ସେଲର୍‌ କାର୍ଲ ନେହମର୍‌ଙ୍କୁ ଏକ ବ୍ୟକ୍ତିଗତ ରାତ୍ରୀ ଭୋଜନରେ ପ୍ରଧାନମନ୍ତ୍ରୀ ସାକ୍ଷାତ୍‌ କରିଥିଲେ।
    ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ଅଷ୍ଟ୍ରିଆର ଚାନ୍‌ସେଲର୍‌ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ପିଏମ ମୋଦୀଙ୍କ ସହ ସେଲଫି କ୍ଲିକ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

    ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ୱାନ୍ ଡେର୍ ବେଲେନଙ୍କୁ ଭେଟିବେ ଏବଂ ବୁଧବାର ଅଷ୍ଟ୍ରିଆର ଚାନ୍‌ସେଲର୍‌ କାର୍ଲ ନେହାମର୍ଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଏବଂ ଚାନ୍‌ସେଲର୍‌ ମିଶି ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିବେ। ଉଲ୍ଲେଖଯୋଗ୍ୟ, ମୋଦୀ ୭ ତାରିଖରେ ରୁଷ୍‌କୁ ଉଡ଼ାଣ ଭରିଥିଲେ। ସେଠାରୁ ୯ ତାରିଖରେ ସେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ