Tuesday, September 15, 2026
24.1 C
Odisha

    ଆମ ହସ୍ପିଟାଲ’ ଯୋଜନାରେ ୧୫ ଜିଲ୍ଲାର ୭୩ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସ୍ବାସ୍ଥ୍ୟସେବାରେ ନୂଆ ଇତିହାସ। ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ରୂପାନ୍ତରିତ। ଏହି ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ଯବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ଆଜି ସ୍ବାସ୍ଥ୍ଯ ସେବାରେ ସୃଷ୍ଟି ହୋଇଛି ନୂଆ ଇତିହାସ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ଯବସ୍ଥା କରାଯାଇଛି। ବର୍ତ୍ତମାନ ଚାଲିଥିବା ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ବ ଦେଉଛନ୍ତି। ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି। ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ। ବିଏସକେୱାଇ ସ୍ବାସ୍ଥ୍ୟସେବାର ମଡେଲ ହୋଇଛି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ