Friday, October 2, 2026
22.9 C
Odisha

    ଦାଦାବଟି ଆଦାୟ ମାମଲାରେ ଆପ୍ ବିଧାୟକ ନରେଶ ବାଲ୍ୟାନ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଧକ୍କା ଲାଗିଛି । ଦଳର ବିଧାୟକ ନରେଶ ବାଲ୍ୟାନଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ ଏକ ଦାଦାବଟି ମାମଲାରେ ଗିରଫ କରିଛି। ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ସହ ମିଶି ଏହା କରିଥିବା ପୁଲିସ ଜାଣିବାକୁ ପାଇଛି । ସାଙ୍ଗଓ୍ବାନ ସହ ତାଙ୍କର କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହି କଥାବାର୍ତ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଦିଲ୍ଲୀ ପୁଲିସର ତଦନ୍ତ ଜାରି ରହିଛି। ଗ୍ୟାଙ୍ଗଷ୍ଟର ସାଙ୍ଗଓ୍ବାନ ବିଦେଶରେ ରହି ଭାରତରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇଛି । ବିଦେଶରୁ ହିଁ ସେ ଦିଲ୍ଲୀ, ହରିୟାଣା ଆଦି ଅଂଚଳରେ ନିଜର ନେଟଓ୍ବାର୍କ ଚଳାଇ ଅପରାଧିକ କାର୍ଯ୍ୟକଳାପ ଜାରି ରହିଛି । ଏହି କାର୍ଯ୍ୟକଳାପରେ ଆପ୍ ବିଧାୟକଙ୍କ ସଂପୃକ୍ତି ଜଣାପଡ଼ିବା ପରେ ତାହା ଦଳ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି ଗିରଫଦାରୀ ନେଇ ଆପର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ