Friday, October 18, 2024
30.6 C
Odisha

    ସଲମାନଙ୍କ ସହ ନଜର ଆସିଲେ ଆରାଧ୍ୟା, ଭାଇରାଲ ଫଟୋ ଦେଖି ଉଡ଼ିଲା ବଚ୍ଚନ ପରିବାରଙ୍କ ହୋସ

    ଆଗକୁ ପଢନ୍ତୁ

    ଦିନ ଥିଲା ସଲମାନ ଓ ଐଶ୍ବର୍ଯ୍ୟା ବଲିଉଡର ଫେମସ କପଲ ଥିଲେ । ତାଙ୍କ ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିଲେ । କିନ୍ତୁ ଦୁଇ ଜଣ ଅଲଗା ହୋଇଗଲେ ଏବଂ ଐଶ୍ବର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କଲେ । ଐଶ୍ବର୍ଯ୍ୟା ଓ ଅଭିଷେକ ଫଟୋ ଏବଂ ଭିଡିଓରେ ସବୁବେଳେ ନିଜକୁ ଖୁସିଥିବା ନଜର ଆସନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ସୋମନଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା କୁହାଯାଉଛି ।

    ରିପୋର୍ଟ ଅନୁସାରେ ଐଶ୍ବର୍ଯ୍ୟା ବଚ୍ଚନ ପରିବାର ସାଙ୍ଗରେ ନରହି ନିଜ ଝିଅ ଆରାଧ୍ୟାଙ୍କ ସହ ରୁହନ୍ତି । କିନ୍ତୁ ଅଭିଷେକ ଏଭଳି କଥାକୁ ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ସେମିତି କିଛି ନାହିଁ । ସେମାନେ ଏବେ ବି ସାଙ୍ଗରେ ଅଛନ୍ତି । କିନ୍ତୁ ଏହା ପରେ ବି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ବନ୍ଦ ହେଉନି ।

    ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୋସ ଉଡ଼ାଇ ଦେବ । ଇଣ୍ଟରନେଟରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଐଶ୍ବର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ସଲମାନଙ୍କ ସହ ନଜର ଆସିଛନ୍ତି । ‘ସିକନ୍ଦର’ ସୁଟିଂ ସେଟରେ ଆରାଧ୍ୟା ସଲମାନଙ୍କୁ ଭେଟିଥିବାର ଦେଖାଯାଇଛି ।

    ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଅସଲ କଥା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । କାରଣ ଏହି ଫଟୋଟି ସମ୍ପୂର୍ଣ୍ଣ ଭାବେ ନକଲି । ଆରାଧ୍ୟାଙ୍କ ଫଟୋକୁ ଏଡିଟ କରି ଭାରତୀୟ ବକ୍ସର ନିଖତ ଜରିନଙ୍କ ଚେହେରା ଉପରେ ଲଗାଯାଇଛି । ଏହି ଭାଇରାଲ ଫଟୋରେ ଆରାଧ୍ୟାଙ୍କ ଚେହେରା ଜରିନଙ୍କ ଚେହେରା ଉପରେ ଲଗାଯାଇଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ