Saturday, August 22, 2026
24.2 C
Odisha

    ପଞ୍ଜାବୀ ଅଭିନେତ୍ରୀ ଈଶାଙ୍କୁ ବିବାହ କଲେ ଚର୍ଚ୍ଚିତ ସିଙ୍ଗର ବାଦଶାହ, ଫଟୋ ଭାଇରଲ

    ଆଗକୁ ପଢନ୍ତୁ

    ଚର୍ଚ୍ଚିତ ସିଙ୍ଗର ବାଦଶାହ ‘‘ତାତିରି’’ ଗୀତର ବିବାଦ ପରେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଛନ୍ତି । ତାଙ୍କର ବିବାହର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରଲ ହେବାରେ ଲାଗିଛି । ଯେଉଁ ଫଟୋରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶାଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଅଫିସିଆଲ ଭାବେ ଦମ୍ପତି ଘୋଷଣା କରିନାହାଁନ୍ତି ।

    ବାଦଶାହ ତାଙ୍କ ପ୍ରେମିକା ଇଶାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏଥିସହ ଇଶାଙ୍କ ମା’ ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଅଫିସିଆଲ ଭାବେ ଉଭୟେ ପ୍ରକାଶ କରିନାହାଁନ୍ତି । ଏଥିସହ ଏହି ଭାଇରଲ ହେଉଥିବା ଫଟୋରେ ହାତୀଦାନ୍ତ ତିଆରି କୁର୍ତ୍ତା ସେଟରେ ବାଦଶାହ ନଜର ଆସିଥିଲେ । ଈଶାଙ୍କୁ ମଧ୍ୟ ଏହି ଭାଇରଲ ଫଟୋରେ ପାରମ୍ପାରିକ ଲାଲ୍ ପଞ୍ଜାବୀ ସାଲୱାର ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଭାଇରଲ ହେବା ପରେ ଅଭିନନ୍ଦନର ସୁଅ ସେମାନଙ୍କ ପାଖକୁ ଛୁଟୁଛି ।

    ଯଦି ଈଶାଙ୍କ କଥା କୁହାଯାଏ ତେବେ ସେ ଜଣେ ପଞ୍ଜାବୀ ଅଭିନେତ୍ରୀ । ଯିଏ ୨୦୧୩ ମସିହାରେ ‘ଜଟ୍ ବୟଜ୍ ପୁଟ୍ ଜଟ୍ଟ ଦେ’ ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ‘ହାପି ଗୋ ଲକି’ (୨୦୧୪) ଏବଂ ‘ଆରଦାସ’ (୨୦୧୬) ଭଳି ଫିଲ୍ମରେ ମଧ୍ୟ ଈଶା ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ୨୦୧୮ରେ ବରୁଣ ଧାୱନ, ରାଘବ ଜୁୟାଲ ଏବଂ ପୁନିତ ପାଠକଙ୍କ ସହିତ ‘ନବାବଜାଦେ’ଫିଲ୍ମରେ ନଜର ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.2kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ