Saturday, July 27, 2024
24.6 C
Odisha

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୩ବାଇକ ଆରୋହୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭଦ୍ରକ:ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ତିହିଡି ଭାଟପଡା ଗ୍ରାମର ତିନିଜଣ ଯୁବକ ଜିତୁ ପ୍ରଧାନ, ବାପି ପ୍ରଧାନ ଓ ସଂକୁର ପ୍ରଧାନ ଏକ ଦଶାହ କାମରେ ଯୋଗ ଦେବାପାଇଁ ଏକ ବାଇକ ଯୋଗେ ସୋର ଯାଉଥିଲା ବେଳେ ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ରାଣୀତାଲ ହାଇଟେକ କଲେଜ ପାଖରେ ପଛରୁ ଏକ ଟ୍ରକ ଧକ୍କା ଦେଇ ପଳାଇ ଯାଇଥିଲା । ବର୍ଷା ହେଉଥିବା ଯୋଗୁ ସେଠି କେହି ନ ଥିବାର ସୁଯୋଗ ପାଇ ଟ୍ରକଟି ପଳାଇ ଯାଇଥିବା ବେଳେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଗ୍ରାମଞ୍ଚଳ ପୋଲିସ ପହଂଚି ମୃତକ ୩ ଜଣକୁ ପଞ୍ଚନାମା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ