Friday, October 2, 2026
29.9 C
Odisha

    କୁଆଖିଆ ନଦୀ ପୋଲ ଉପରେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର

    ଆଗକୁ ପଢନ୍ତୁ

    ବାରଙ୍ଗ: କଟକ ଜିଲ୍ଲା ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଟ୍ରକ୍ ସହ କାର୍‌ ର ମୁହାଁମୁହିଁ  ଧକ୍କା ହେବା ଫଳରେ ବ୍ରିଜରୁ ତଳକୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣା ଘଟିଥିଲା ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଗତକାଲି ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି କଳାକାର କଟକକୁ ଫେରୁଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ  ଦୁର୍ଘଟଣା ଘଟିଥିଲା। ତେବେ ଏଯାଏ ମୃତାହତଙ୍କର ପରିଚୟ ମିଳିନାହିଁ।[ଜି ସାର୍ଥକ ଜୁନିଅର ମହିଳା ଆର୍ଟିଷ୍ଟି ଭାଗ୍ୟରେଖା ସିରିଏଲର ସୁଟିଂ ସାରି ରାତି ୨ଟାରେ ଘରକୁ ଫେରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ