Friday, September 11, 2026
24.4 C
Odisha

    ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଚାଳକ ଗୁରୁତର

    ଆଗକୁ ପଢନ୍ତୁ

    ବସ୍ତା୨: ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପୁଟୁରା ନିକଟରେ ଭାରସାମ୍ୟ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୬ଟା ସମୟରେ (ସାଗର ସମୀର) ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ସିଂଲା ଥାନା ପୁଟୁରା ନିକଟରେ ବସର ଆଗ ଚକା ଫାଟି ଯିବାରୁ ବସଟି ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା। ଫଳରେ ବସର ସାମ୍ନା ପାଖଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଜଣକ ଚାପି ହୋଇଯାଇଥିଲେ। ବସରେ ଥିବା ସମସ୍ତ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ସାତଜଣ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ସିଂଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆହତମାନଙ୍କ ପରିଚୟ ମିଳି ନଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ