Friday, October 16, 2026
28.4 C
Odisha

    ଖାଦ୍ୟ ତିଆରି କରିବା ବେଳେ କେବେ ବି ଏହି ଦିଗକୁ ମୁହଁ କରନ୍ତୁ ନାହିଁ, ମାଡ଼ି ଆସିବ ଦୁଃଖ

    ଆଗକୁ ପଢନ୍ତୁ

    କଥାରେ ଅଛି ଯିଏ ଯେମିତିକା ଖାଦ୍ୟ ଖାଏ ତା’ ମନ ବି ସେଭଳି ହୋଇଥାଏ। ଏଥିସହ ଆହୁରି ଏକ କଥା ଅଛି ଖାଦ୍ୟ ତିଆରି କରିବା ବେଳେ ବ୍ୟକ୍ତିର ମନ ଯେଭଳି ହୋଇଥିବା ସେହି ଖାଦ୍ୟ ଖାଉଥିବା ବ୍ୟକ୍ତି ମନରେ ମଧ୍ୟ ସେଭଳି ଚିନ୍ତା ଆସେ। ଏଣୁ ଖାଦ୍ୟ ତିଆରି କରିବା ବେଳେ ମନରେ ସକରାତ୍ମକ ଚିନ୍ତା ଧାରା ରଖିବାକୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।

    ବାସ୍ତୁ ଅନୁସାରେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଖାଦ୍ୟ ତିଆରି କରିବା ବ୍ୟକ୍ତି ଓ ଖାଇବା ବ୍ୟକ୍ତିଙ୍କ ଜୀବନରେ ଦୁଃଖ ମାଡ଼ି ଆସେ। ଏହା ବ୍ୟତୀତ ଆଣ୍ଠୁଗଣ୍ଠି ବାତ, ମୁଣ୍ଡ ବିନ୍ଧା, ମାଇଗ୍ରେନ୍‌ ଆଦି ସମସ୍ୟା ସବୁବେଳେ ଲାଗି ରହେ।

    ଜ୍ୟୋତିଷଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗ ଭଳି ଉତ୍ତର ଦିଗକୁ ମଧ୍ୟ ମୁହଁ କରି ଖାଦ୍ୟ ତିଆରି କରିବା ଅନୁଚିତ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ଓ ବାହାରେ ବିବାଦ ବଢ଼େ। ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୁଏ। ଅଧିକାଂଶ ସ୍ଥିତିରେ କାଙ୍ଗାଳ ପରିସ୍ଥିତି ସୃଷ୍ଟି ହୁଏ। ସେହିଭଳି ପଶ୍ଚିମ ଦିଗକୁ ମୁହଁ କରି ମଧ୍ୟ ଖାଦ୍ୟ ରାନ୍ଧିବାକୁ ମନା କରାଯାଇଛି। ଏହା ଦ୍ୱାରା ଜୀବନରେ କଳହ ବଢ଼େ। ଏହା ବ୍ୟତୀତ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ କଷ୍ଟଦାୟକ ହୋଇଥାଏ। ଏଣୁ ଭୁଲରେ ବି ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରନ୍ତୁ ନାହିଁ।

    ଶାସ୍ତ୍ରାନୁସାରେ ଭୋଜନ ତିଆରି କରିବା ବେଳେ ସବୁବେଳେ ପୂର୍ବ ଦିଗକୁ ମୁହଁ କରିବା ଉଚିତ। କୁହାଯାଏ ଯେ ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଦ୍ୱାରା ଜୀବନରେ ସବୁକିଛି ଭଲ ହୁଏ। ଏଥିସହ ପରିବାରରେ ସୁଖ ଶାନ୍ତି ଲାଗି ରହେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ