Tuesday, October 6, 2026
30.4 C
Odisha

    ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

    ଆଗକୁ ପଢନ୍ତୁ

    ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୋର୍ଡ ୱେବସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ଆଜି ମାଧ୍ୟମକି ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।
    ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ ସେମାନଙ୍କ ଆଡ୍‌ମିଟ୍ କାର୍ଟ ଡାଉନ୍‌ଲୋଡ୍ କରିପାରିବେ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (SOSC) ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ସେମାନଙ୍କ ଆଡ୍‌ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
    ଜୁଲାଇ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଳିମେଣ୍ଟାରୀ ଓ SOSC ପରୀକ୍ଷା ଅନୁଷ୍ଠିତ ହେବ। ୯୭୨ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।ସେହିଭଳି SOSC ପରୀକ୍ଷା ପାଇଁ ୧୨୧ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୨୪ ହଜାର ୫୨୦ ଜଣ ପରୀକ୍ଷା ଦେବେ।

    ଏହି ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ୱନ୍ଦ୍ୱ ଥିଲେ ବା ଅଧିକ କିଛି ଜାଣିବାର ଥିଲେ ପରୀକ୍ଷାର୍ଥୀମାନେ ୦୭୬୧-୨୪୧୫୩୦୫କୁ ଫୋନ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

    ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଥିଲେ ୫ ଲକ୍ଷ ୩୦ ହଜାର ୧୫୩ ଜଣ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଥିଲା। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    57 %
    1.3kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ