Friday, October 2, 2026
22.2 C
Odisha

    ମିଛ ପରିଚୟ ପ୍ରଦାନ କରି କନ୍ନଡୀୟ ମହିଳାଙ୍କୁ ଦୁଷ୍କର୍ମ କଲେ ଜିମ୍‌ ପ୍ରଶିକ୍ଷକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜଣେ କନ୍ନଡୀୟ ମହିଳାଙ୍କୁ ମିଛ ପରିଚୟ ଦେଇ ଦୁଷ୍କର୍ମ କରିଛନ୍ତି ଜଣେ ଜିମ୍‌ ପ୍ରଶିକ୍ଷକ। ଜିମ୍‌ ପ୍ରଶିକ୍ଷକ ଜଣକ ଟିଣ୍ଡର୍‌ରେ ନିଜର ପରିଚୟ ଜଣେ ‘ର ଏଜେଣ୍ଟ୍‌’ ବୋଲି ପ୍ରଦାନ କରି ମହିଳାଙ୍କ ସହ ସଂପର୍କ ବଢ଼ାଇଥିଲେ। ତା’ପରେ ସେ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଆଗ୍ରା ପୁଲିସ୍‌ରେ ‘ଦୁଷ୍କର୍ମ’ ଏବଂ ‘ଅପରାଧିକ ଭୟଭୀତତା’ ଅଭିଯୋଗ କରାଯାଇଛି। ଅଭିଯୋଗକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ଜଣକ ତାଙ୍କୁ ‘ର ଏଜେଣ୍ଟ୍‌’ ବୋଲି ପରିଚୟ ପ୍ରଦାନ କରି ଡେଟିଂ ଆପରେ ବନ୍ଧୁତା କରିଥିଲେ।

    ସେମାନେ ପରସ୍ପରଙ୍କୁ କିଛି ଦିନ ଡେଟ୍‌ କରିବା ପରେ ଧୀରେ ଧୀରେ ଘନିଷ୍ଠ ହେବାକୁ ଲାଗିଲେ। କାନାଡାକୁ ଫେରିବା ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି ବୋଲି।

    ଯେତେବେଳେ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିଜ ଅବସ୍ଥା ବିଷୟରେ ଜଣାଇଲେ, ବ୍ୟକ୍ତି ଜଣକ ତାଙ୍କୁ ଧମକ ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏବେ ଭିନ୍ନ ଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

    ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ସାହିଲ ଶର୍ମା ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି। ମହିଳା ଏଫଆଇଆରରେ ସାହିଲଙ୍କ ଦୁଇ ବନ୍ଧୁଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ଭାରତରେ ଥିବାବେଳେ ସାହିଲଙ୍କୁ ପ୍ରଥମେ ଟିଣ୍ଡର ଜରିଆରେ ମାର୍ଚ ମାସରେ ଭେଟିଥିଲେ। ଥରେ ତାଙ୍କୁ ଭେଟିବା ପରେ ସାହିଲ ମହିଳାଙ୍କୁ ମାର୍ଚ ୨୦ ତାରିଖରେ ଏକ ହୋଟେଲକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।

    ମହିଳା ଜଣକ କହିଛନ୍ତି ଯେ ହୋଟେଲ ରୁମରେ ସେ ପୂର୍ବରୁ ମୃଦ୍ୟୁ ପାନୀୟ ଏବଂ ପିଜା ରଖିଥିଲେ। ସେ ସେସବୁକୁ ଗ୍ରହଣ କରିବା ପରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଅଚେତ ହୋଇଗଲେ। ମହିଳା ଦାବି କରିଛନ୍ତି ଯେ ସାହିଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯାହା ସେ ଚେତା ଫେରିବା ପରେ ଜାଣି ପାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ