Friday, September 20, 2024
24.1 C
Odisha

    ରାଜ୍ୟ କଂଗ୍ରେସର ଓଲଟା ଗତି ! ମୁଖିଆ ବାଛିବାକୁ ଏଆଇସିସିର କସରତ । ଏପଟେ ଅଲଗା ଅଲଗା ଲବି କରୁଛନ୍ତି ଦୁଇ ଗୋଷ୍ଠୀ

    ଆଗକୁ ପଢନ୍ତୁ

    ୧୩ ଦିନ ହୋଇଗଲା । ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ଦୁଇ ଗୋଷ୍ଠୀ ଲବି କରି ଫେରିଆସିଲେଣି । କିନ୍ତୁ ଚୂଡାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ । କୁହାଯାଉଛି, ରାଜ୍ୟ କଂଗ୍ରେସ  ଦୁଇ ଗୋଷ୍ଠୀ ହୋଇ ପିସିସି ସଭାପତି ପାଇଁ ଲବି ଚଳାଇଛନ୍ତି । ଦଳରେ ବିଜୁ କଂଗ୍ରେସ ବନାମ କଂଗ୍ରେସ ଗୋଷ୍ଠୀ ପିସିସି ସଭାପତି ପାଇଁ ଜୋରଦାର ଲବି ଚଳାଇଛନ୍ତି । (ଗ୍ରାଫିକ୍ସ) ଶ୍ରୀକାନ୍ତ ଜେନାଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ ଥିବାବେଳେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ  ଗୋଷ୍ଠୀ କାମ କରୁଛନ୍ତି । କୁହାଯାଉଛି  ପିସିସି ମୁଖିଆ ପାଇଁ କଂଗ୍ରେସ  ନେତା ମେଳି କରୁଛନ୍ତି । ରୁଦ୍ଧଦ୍ୱାର ବୈଠକ ବି ଚାଲୁଠି । ନିଜ ସପକ୍ଷରେ  ଦିଲ୍ଲୀରେ ଲବି ବି କରୁଛନ୍ତି । କିନ୍ତୁ ନାଁ ଚୂଡାନ୍ତ ହୋଇପାରୁନାହିଁ ।

    ନେତା ବାଛିବା ପୂର୍ବରୁ ରାଜ୍ୟ କଂଗ୍ରେସ ଦୁଇଫାଳ ହେବା ଏଆଇସିସି ନେତୃତ୍ବଙ୍କୁ ଚିନ୍ତାରେ ପକାଇଛି ।  ଦୋଛକିରେ ପଡିଛନ୍ତି ହାଇକମାଣ୍ଡ । ତେଣୁ ପିସିସି ସଭାପତି ନେତା ଚୂଡାନ୍ତ କରିବାକୁ  ଖୁବଶୀଘ୍ର ଏଆଇସିସି ଟିମ୍ ଭୁବନେଶ୍ବର ଆସିପାରନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ଭିନ୍ନ ରହିଛି । ଏହି ସମୟରେ ଉଦବେଗ ପ୍ରକାଶ କରି  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୀଘ୍ର  ପିସିସି ସଭାପତି ଚୟନ ପାଇଁ ଏଆଇସିସିକୁ ଚିଠି ବି ଲେଖିସାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ