Tuesday, April 14, 2026
28.8 C
Odisha

    ସମ୍ବଲପୁରଠାରେ ଆମେ ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ସମ୍ବଲପୁରଠାରେ ଆମେ ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛୁ: ସ୍ୱାସ୍ଥ୍ୟ ମନ୍ତ୍ରୀ
    ଭୁବନେଶ୍ୱର: ବିଧାନସଭାରେ ଆଜି ସ୍ଵାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି | ସେ କହିଛନ୍ତି ଯେ କୋଲକାତାର ଆରଜି କର ମେଡ଼ିକାଲ କଲେଜ ଘଟଣାକୁ ଗୃହ ନିନ୍ଦା କରୁଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟେ ଟାକ୍ସଫୋର୍ସ ଗଠନ କରାଯାଇଛି । ଯେଉଁ ଟାକ୍ସଫୋର୍ସ କାମ କରୁଥିବା ଡାକ୍ତରମାନଙ୍କର ସୁରକ୍ଷାକୁ ଦୃଷ୍ଟି ଦେବେ । ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଯାହାକୁ ଦୃଷ୍ଟିରେ ରଖି ସବୁ ମେଡ଼ିକାଲ କଲେଜରେ ଗୋଟେ ଗୋଟେ ପୁଲିସ ଆଉଟ ପୋଷ୍ଟ ଖୋଲିବୁ। ସେହିପରି ମୁକେଶ କହିଛନ୍ତି ଯେ ସମ୍ବଲପୁରଠାରେ ଆମେ ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛୁ। ଖୁବଶୀଘ୍ର ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ।
    ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ତତ୍କାଳୀନ ନବୀନଙ୍କ ସରକାରକୁ ଘେରିଛନ୍ତି ମୁକେଶ | ସେ କହିଛନ୍ତି ବିଜେଡି ସରକାର ସମୟରେ ଜୁଲାଇ ୨୦୨୩ରେ ୧ ଲକ୍ଷ ୧୬ ହଜାର ୪୮ ଜଣ ଚିକିତ୍ସିତ ହୋଇଥିବାବେଳେ ଆମ ସରକାର ସମୟରେ ୧ ଲକ୍ଷ ୬୫ ହଜାର ୧୧୪ ଜଣ ଚିକିତ୍ସିତ ହୋଇଛନ୍ତି । କେବେ ବି ଆମ ସରକାରଙ୍କ ସମୟରେ ରୋଗୀ ହନ୍ତସନ୍ତ ହୋଇ ନାହାନ୍ତି । ବରଂ ଲୋକଙ୍କର ବିଶ୍ୱାସ ବଢିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାରେ କି ଓଡ଼ିଶା ବାହାରେ ୯୦୦ ହସ୍ପିଟାଲରେ ଲୋକେ ଚିକିତ୍ସା ପାଉଥିଲେ କିନ୍ତୁ ଆମର ଦୁଇ ଯୋଜନା ଦ୍ୱାରା ୨୭୦୦୦ ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ସେ କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ଦ୍ୱାରା ଓଡିଶା ୬୦୦ କୋଟିର ଆର୍ଥିକ ଲାଭ ପାଇବ । ଯାହା ପୂର୍ବ ସରକାରର ଟାଳଟୁଳ ନୀତି କାରଣରୁ ଏହି ଟଙ୍କା ପାଇବାରୁ ଓଡିଶା ବଞ୍ଚିତ ହେଉଥିଲା ।
    ଡିଜିଟାଲ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ୫୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଡାଇଲିସିସି କାର୍ଯ୍ୟକ୍ରମ କରାଯିବ । ଆମ୍ବୁଲାନ୍ସର ସମୟ ୩୦ ମିନିଟ ବଦଳରେ ୨୦ ମିନିଟ କରାଯିବ । ଲୋକଙ୍କ ପାଖରେ କମ ଟାଇମରେ ଆମ୍ବୁଲାନ୍ସ ପହଁଚିବ । ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଆମ ସରକାର ଆରମ୍ଭ କରିଛନ୍ତି । ୪୯୫୨୨ ଜଣ ଆଶା କର୍ମୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ଯତ୍ନବାନ | ବାଲେଶ୍ଵର, ମୟୁରଭଞ୍ଜ, କୋରାପୁଟ, ପୁରୀ, ଯାଜପୁର ଭଳି ସ୍ଥାନରେ ନୂଆ ମେଡ଼ିକାଲ କଲେଜ ସହିତ ନୂଆ ନର୍ସିଂ କଲେଜକୁ ଯୋଡ଼ାଯିବ । ସମସ୍ତ ଗ୍ରାମପଂଚାୟତ ହେଡ଼ କ୍ୱାର୍ଟରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ ।

    ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ । ଏହି ସ୍ଥାନରେ ଜଣେ ଯୋଗ ଶିକ୍ଷକ ଏବଂ ମେଡ଼ିକାଲ ଷ୍ଟାଫ ରହିବେ । ଓଡିଶା ହେଲ୍ଥ ବିଶ୍ୱବିଦ୍ୟାଳୟକୁ ଆମେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ | ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ଆମେ କରିବୁ | ୧୫୭୭୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି ସେଥି ମଧ୍ୟରୁ ୧୦୦୦୦ ହଜାର ଡାକ୍ତର ବର୍ତ୍ତମାନ ରହିଛନ୍ତି । ୫୬୦୦ ପଦବୀ ସେଥିରୁ ଖାଲି ଅଛି । ଡାକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ୩୦୦ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ଦେବାକୁ ଯାଉଛୁ।

    କଳାହାଣ୍ଡି, ଦେବଗଡ଼, ଓ ଯାଜପୁରର ହସ୍ପିଟାଲର ଶୁଭାରମ୍ଭ କରିବା ସହ ଅନୁଗୁଳ, ବଲାଙ୍ଗୀର ସୋନପୁର, କନ୍ଧମାଳ ସମେତ ୫ରୁ ଅଧିକ ସଦର ମହକୁମାରେ ଆମେ ସ୍ଥନ୍ୟପାନ ପରିଚାଳନା କେନ୍ଦ୍ର ଖୋଲିବାକୁ ଯାଉଛୁ। ସେହିପରି ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ