Monday, October 12, 2026
24.4 C
Odisha

    ଆଜି ରାଜଧାନୀର ଏହି ରାସ୍ତାରେ କଟକଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭି.ଆଇ. ପି ଙ୍କ ସୁରକ୍ଷା ସୁଗମନାଗମନକୁ ଦୃଷ୍ଟି‌ରେ ରଖି ଆଇନ ୨୦୦୩ ର ଧାରା ୨୭ ଓ କଟକ – ଭୁବନେଶ୍ବର କମିଶେନରରେଟ୍‌ ପୁଲିସର ୨୦୦୮ ର ଧାରା ୩୬ ଅନୁସାରେ ରାଷ୍ଟ୍ରପତିଙ୍କ ଯାତାୟତ ପଥରେ କଟକଣା ଲାଗୁକରାଯାଇଛି। ଆଜି ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପରେ ଏ.ଜି.ଛକ ରୁ ବାମ ମୋଡ଼ ଦେଇ ରାଜଭବନ ଯାଏଁ ଅପରାହ୍ନ ୧.୩୦ ମିନିଟ୍‌ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଯାତାୟତ ପଥକୁ ବନ୍ଦ କରାଯାଇଛି। ଆସନ୍ତାକାଲି  ରାଜଭବନ ଛକରୁ ଏ.ଜି.ଛକ ଡ଼ାହାଣ ମୋଡ଼ ନେଇ ହସ୍ପିଟାଲ ଛକରୁ ଏୟାରପୋର୍ଟ ଛକର ଟର୍ମିନାଲ -୨ ଯାଏଁ ସକାଳ ୯ ଘଟିକାରୁ ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଯାତାୟତ ପଥକୁ ବନ୍ଦ କରାଯାଇଛି। କଟକଣା ଲାଗିଥିବା ସମୟରେ ଜରୁରୀ କାଳୀନ ସେବାରେ ନିଯୋଜିତ ଯାନବାହାନ ( ଫାୟାର , ଆମ୍ବଲାନ୍ସ, ଓ ପୁଲିସ ) ଚଳାଚଳରେ ଲାଗୁ ହେବନାହିଁ। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ​ନେଇ ପ୍ରସ୍ତୁତି ଆରମ୍ଭ କରିଛି। ବିମାନବନ୍ଦର ଠାରୁ ରାଜଭବନ ଓ ବିଧାନସଭା ପର୍ଯ୍ୟନ୍ତ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ବ୍ଲୁ ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ଫୋର୍ସ ଓ ୬୪ଜଣ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ଏଥିସହ ୫ଜଣ ଡିସିପି, ୬ଜଣ ଅତିରିକ୍ତ ଡିସିପି, ୨୩ ଏସିପି, ୩୧ ଇନ୍ସପେକ୍ଟର, ୧୩୧ ଏସ୍‌ଆଇ/ଏଏସ୍‌ ଆଇ, ୧୮୫ ଏପିଆର କନଷ୍ଟେବଳ, ୭୫ ମହିଳା କନଷ୍ଟେବଳ, କୁଇକ୍‌ ରେସ୍‌ପନ୍ସ ଦଳ, ବୋମା ନିଷ୍କ୍ରିୟକାରୀ ଦଳ ରହିବେ। ରୁଟ୍‌ଲାଇନ ଲାଗି ୧୫୦ ଟ୍ରାଫିକ କନଷ୍ଟେବଳ ସମେତ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ। ରାଜଭବନରେ ରାଷ୍ଟ୍ରପତିଙ୍କ ରାତି ରହଣି ବ୍ୟବସ୍ଥା ଥିବାରୁ ସୁରକ୍ଷା ଭୁବନେଶ୍ବରକୁ କଡ଼ା ସୁରକ୍ଷା ବଳୟରେ ରଖାଯିବ। ଆସନ୍ତାକାଲି କାରକେଡ୍‌ ରିହରସାଲ କରାଯିବ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ