Wednesday, October 7, 2026
22.1 C
Odisha

    Ajit Pawar Passed Away: ବିମାନ ଦୁର୍ଘଟଣା ନେଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାରାମତି : ମହାରାଷ୍ଟ୍ରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବିମାନରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି।

    ସୂଚନା ଅନୁଯାୟୀ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଳିଯାଇଥିବା ବିମାନକୁ ଦେଖିବାକୁ ମିଳୁଛି। ଘଟଣାସ୍ଥଳରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଭୟଙ୍କର। ଭିଡିଓରେ ଅଜିତ ପାୱାରଙ୍କ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ପହଞ୍ଚିଛି। ଅଜିତ ପାୱାରଙ୍କ ପତ୍ନୀ ବାରାମତି ଅଭିମୁଖେ ବାହାରି ସାରିଥିବା କୁହାଯାଉଛି।

    କୁହାଯାଉଛି ଯେ, ଅଜିତ ପାୱାରଙ୍କ ସମେତ ମୋଟ ଛଅ ଜଣ ବିମାନରେ ଥିଲେ। ବୁଧବାର ସକାଳ ୮ଟା ୪୫ ମିନିଟ୍‌ରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। କମ୍ ଦୃଶ୍ୟମାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଅତି ଭୟଙ୍କର ଥିଲା। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ କଳା ଧୂଆଁରେ ଘେରି ଯାଇଥିଲା। ଅଜିତ ପାୱାର ବୁଧବାର ସକାଳେ ବିମାନରେ ମୁମ୍ବାଇରୁ ବାରାମତି ଯାଉଥିଲେ। ସେଠାରେ ସେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର ରାଲି କରିବାର ଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ