Friday, November 13, 2026
19.7 C
Odisha

    ବିଜେଡି ଛାଡ଼ିଲେ ସିନେ ତାରକା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଏବେ ଆକାଶ ଦାସ ନାୟକ ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି। ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ନିର୍ବାଚନ ଲଢ଼ିବାକୁ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇବା ପରେ ବି ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ କ୍ଷୋଭୋକ୍ତି କରିଛନ୍ତି। ନିଜର ଆତ୍ମସମ୍ମାନ ଓ କେ‌ାରେଇବ‌ାସୀଙ୍କ ସ୍ବାଭିମାନ ଲାଗି ବିଜେଡି ଛାଡ଼ିଛି। କିଛି ଦିନ ତଳେ ବିଜେଡିର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ତିନି ଜଣଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉପସ୍ଥିତ ଥିଲେ। ଏଣେ ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ। ସେ ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଥିଲେ। ସେବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ। ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.7 ° C
    19.7 °
    19.7 °
    75 %
    1.4kmh
    0 %
    Fri
    20 °
    Sat
    27 °
    Sun
    27 °
    Mon
    27 °
    Tue
    26 °

    ସମ୍ବନ୍ଧିତ