Saturday, July 27, 2024
24.6 C
Odisha

    ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ,ଥାନାରେ ଏତଲା ପରେ ବି ଅଭିଯୁକ୍ତକୁ ଗିରଫ କରୁନି ଫୁଲବାଣୀ ପୋଲିସ

    ଆଗକୁ ପଢନ୍ତୁ

    ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଫୁଲବାଣୀରେ ବେକାର ଯୁବକ ଯୁବତୀ ଓ ମହିଳାଙ୍କୁ ଚାକିରି ଦେବାକୁ କହି ଜଣେ ବ୍ୟକ୍ତି ଟଙ୍କା ଠକି ନେଇଥିବା ନେଇ ଟାଉନ ଥାନାରେ ଏତଲା ହୋଇଛି । କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନଥିବାରୁ ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ବ୍ୟକ୍ତି । ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଆତ୍ମାହୁତି ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗରେ ସଫେଇ ଏବଂ ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଁ ୨୦୨୨ ମସିହାରେ ଏକ ସଂସ୍ଥାକୁ ନିୟୋଜିତ କରାଯାଇଥିଲା । ସେହି ସଂସ୍ଥାର ଜଣେ କର୍ମଚାରୀ ରାକେଶ ମହାନ୍ତିି ଅନେକ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ ବି ନକଲି ନିଯୁକ୍ତିପତ୍ର ଦେଇ ଠକିଥିବା ଅଭିଯୋଗ ହୋଇଛି । ଏନେଇ ସଂସ୍ଥାର ମାଲିକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି କଥା ଶୁଣ ନଥିବା କହିଛନ୍ତି ଅଭିଯୋଗକାରୀ । ତେଣୁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି ଠକାମୀର ଶିକାର ବ୍ୟକ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ