Saturday, October 24, 2026
20.7 C
Odisha

    ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା: କାମ ନକଲେ ଦରମା ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କାମ ନ କଲେ ଦରମା ବନ୍ଦ । ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ଯାହା ଆବଶ୍ୟକ ପଦକ୍ଷେପ ନେବେ ସରକାର । ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ସେମାନଙ୍କ କ୍ୟାଡର ପୁର୍ନଗଠନ ନେଇ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ। ଛୁଟି ବାତିଲ କରିବାକୁ ଜିଲ୍ଲପାଳଙ୍କୁ ନିର୍ଦେଶ ଯାଇଛି । ଅନ୍ୟମାନଙ୍କୁ ଛୁଟି ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।

    ଅନ୍ୟପଟେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.7 ° C
    20.7 °
    20.7 °
    66 %
    1.8kmh
    17 %
    Sat
    20 °
    Sun
    28 °
    Mon
    28 °
    Tue
    30 °
    Wed
    28 °

    ସମ୍ବନ୍ଧିତ