Thursday, March 12, 2026
22 C
Odisha

    ଅକ୍ଟୋବର ୧୬ରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

    ଆଗକୁ ପଢନ୍ତୁ

    ଶ୍ରୀନଗର: ଅକ୍ଟୋବର ୧୬ରେ ଜମ୍ମୁ-କଶ୍ମୀରର ନୂଆ ସରକାର ଶପଥ ଗ୍ରହଣ କରିବ। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉପରାଜ୍ୟପାଳ ମନୋଜ ସିହ୍ନା ଅକ୍ଟୋବର ୧୬ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ସମାରୋହ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ଉପରାଜ୍ୟପାଳ ଓମାରଙ୍କୁ ଲେଖିଥିବା ଚିଠିରେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ, ଆପ୍ ଏବଂ ସ୍ୱାଧୀନ ବିଧାୟକମାନେ ନ୍ୟାସନାଲ କନଫରେନ୍ସକୁ ସମର୍ଥନ ଘୋଷଣା କରିସାରିଛନ୍ତି।

    ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ବିଜୟୀ ହୋଇଥିବା ବେଳେ ଏହାର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି। ରବିବାର ଜମ୍ମୁ-କଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବା ପରେ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସରକାର ଗଠନ ପାଇଁ ବାଟ ଖୋଲିଛି।

    ନିଜେ ଓମାର ଅବଦୁଲ୍ଲା ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଯେ ସରକାର ଗଠନ ପାଇଁ ତାଙ୍କୁ ଏଲଜି କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। “ଏଲଜି ମନୋଜ ସିହ୍ନାଙ୍କ ପ୍ରମୁଖ ସଚିବଙ୍କ ଠାରୁ ଚିଠି ପାଇ ଆନନ୍ଦିତ । ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ସରକାର ଗଠନ ପାଇଁ ସେ ମୋତେ ଏକ ପତ୍ର ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ