Monday, October 5, 2026
21.7 C
Odisha

    ଅମିତ ଶାହଙ୍କ ୩୬ କୋଟି ଟଙ୍କାର ସମ୍ପତ୍ତି, କାର୍‌ ନାହିଁ

    ଆଗକୁ ପଢନ୍ତୁ

    ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ନାମାଙ୍କନପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ସତ୍ୟପାଠ ଅନୁଯାୟୀ, ବରିଷ୍ଠ ବିଜେପି ନେତାଙ୍କ ପାଖରେ ଏବେ ବି କାର୍ ନାହିଁ। ତାଙ୍କର ୨୦ କୋଟି ଟଙ୍କାର ଅସ୍ଥାବର ଓ ୧୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଅଛି। ତାଙ୍କର ୭୨ ଲକ୍ଷ ଟଙ୍କାର ଅଳଙ୍କାର ଥିବାବେଳେ ପତ୍ନୀଙ୍କ ପାଖରେ ୧.୧୦ କୋଟି ଟଙ୍କାର ଅଳଙ୍କାର ରହିଛି। ଅମିତ ଶାହଙ୍କ ପତ୍ନୀ ସୋନାଲଙ୍କ ପାଖରେ ୩୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି, ଯେଉଁଥିରେ ୨୨.୪୬ କୋଟି ଟଙ୍କାର ଅସ୍ଥାବର ଓ ୯ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।

    ସତ୍ୟପାଠ ଅନୁଯାୟୀ ଗୃହମନ୍ତ୍ରୀଙ୍କ ନାମରେ ୧୫.୭୭ ଲକ୍ଷ ଟଙ୍କାର ଋଣ ଥିବା ବେଳେ ତାଙ୍କ ପତ୍ନୀଙ୍କ ଉପରେ ୨୬.୩୨ ଲକ୍ଷ ଟଙ୍କାର ଋଣ ରହିଛି। ଅମିତ ଶାହଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୩୯.୫୪ ଲକ୍ଷ ଟଙ୍କା ଥିଲା। ତାଙ୍କ ଆୟର ଉତ୍ସ ମଧ୍ୟରେ ତାଙ୍କ ସାଂସଦ ଦରମା, ଘର ଓ ଜମି ଭଡ଼ା, ଚାଷ ଆୟ ଏବଂ ସେୟାର ଓ ଲାଭାଂଶରୁ ଆୟ ଅନ୍ତର୍ଭୁକ୍ତ। ସତ୍ୟପାଠରେ ଅମିତ ଶାହ କହିଥିଲେ ଯେ ସେ ଜଣେ କୃଷକ ଓ ସମାଜସେବୀ। ତାଙ୍କ ବିରୋଧରେ ତିନୋଟି ଅପରାଧିକ ମାମଲା ରହିଛି। ଏହି ବିଜେପି ନେତା ୩୦ ବର୍ଷ ଧରି ଗାନ୍ଧୀନଗରରୁ ବିଧାୟକ ଓ ପରେ ସାଂସଦ ଭାବରେ ପ୍ରତିନିଧିତ୍ୱ କରିଆସୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ