Saturday, October 19, 2024
30.2 C
Odisha

    ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଜୀବନ୍ତ ଜାଳି ହତ୍ୟା ଉଦ୍ୟମ, ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ଗାଁ

    ଆଗକୁ ପଢନ୍ତୁ

    ନୂଆପଡା: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଜୀବନ୍ତ ଜାଳି ହତ୍ୟା ଉଦ୍ୟମ । ନୂଆପଡା ଜିଲ୍ଲା ସିନାପାଲି ଥାନା ପୋଟିପଡା ଗାଁରେ ଅଭାବନୀୟ ଘଟଣା । ଗୁରୁତର ବୃଦ୍ଧ ହେଲେ ଖାମସିଂ ମାଝୀ । ଗାଁରେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ଖାମସିଂଙ୍କୁ ସ୍ଥାନୀୟ ଲୋକେ ପୋଖରୀ ଡିହକୁ ଟେକି ନେଇ ନିସ୍ତୁକ ମାଡ ମାରିଥିଲେ । ପରେ ତାଙ୍କୁ ଏକ ପାଲ ବେଣ୍ଟରେ ବାନ୍ଧି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ବୃଦ୍ଧ ଜଣକ ଛଟପଟ ହେବାରୁ ଗାଁ ଲୋକେ ଛାଡି ଦେଇଥିଲେ । ପରେ ଖାମସିଂ ଚିତ୍କାର କରି ଜୀବନ ବଞ୍ଚାଇବା ପାଇଁ ପୋଖରୀ ଭିତରକୁ ଡେଇଁ ପଡିଥିଲେ ।

    ଜୀବନ ଭୟରେ ଖାମସିଂ ପୋଖରୀ ପାଣିରେ କିଛି ସମୟ ଧରି ଲୁଚି ରହିଥିଲେ । ପରେ ପୋଖରୀ ପାଣିରୁ ବାହାରି ଚାଷ ଜମି ଭିତରେ ଲୁଚି ରହିଥିଲେ । ସକାଳେ ଘରକୁ ଫେରିବା ପରେ ଖବର ପାଇ ସିନାପାଲି ପୋଲିସ ପହଞ୍ଚି ଖାମସିଂଙ୍କୁ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ନେଇ ଖାମସିଂଙ୍କ ପୁଅ ହେମ ମାଝି ସିନପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଗିରଫଦାରୀ ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି ଗାଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    65 %
    1.4kmh
    57 %
    Sat
    31 °
    Sun
    29 °
    Mon
    30 °
    Tue
    29 °
    Wed
    28 °

    ସମ୍ବନ୍ଧିତ