Thursday, September 10, 2026
24.1 C
Odisha

    ଅନନ୍ତଙ୍କ ବିବାହରେ ପରଷା ଯିବ ୨୫୦୦ପ୍ରକାରର ଖାଦ୍ୟ, ଅତିଥିଙ୍କୁ ଦିଆଯିବ ଏହି ଖାସ୍ ଉପହାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତର ଧନୀକ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକା ମର୍ଚ୍ଚାଣ୍ଟ ୧୨ଜୁଲାଇରେ ଅର୍ଥାତ୍ ଆସନ୍ତାକାଲି ବିବାହ କରିବେ। କିଛି ଦିନ ପୂର୍ବରୁ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପ୍ରତ୍ୟେକ ସମାରୋହ ଖୁବ ଧୁମଧାମରେ ଅନୁଷ୍ଠିତ ହେଉଛି। ରାଧିକା ଏବଂ ଅନନ୍ତଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଅମ୍ବାନୀ ପରିବାର କୌଣସି ଅଭାବ ରଖୁନଥିବା ଦେଖାଯାଇଛି।
    ଜୁଲାଇ ୧୨ରୁ ଜୁଲାଇ ୧୪ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ବିଦେଶରୁ ଅନେକ ଲୋକ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିବେ ବୋଲି କୁହାଯାଉଛି। ଏହି ବିବାହରେ ଯୋଗ ଦେବାକୁ ଥିବା ସମସ୍ତ ଅତିଥିଙ୍କୁ ଉପହାର ଦିଆଯିବ ବୋଲି ଜଣାପଡ଼ିଛି।
    ଜାତୀୟ ଗଣମାଧ୍ୟମ ଏବିପି ନିଉଜ୍ ଅନୁଯାୟୀ, ଅନନ୍ତ ଏବଂ ରାଧିକାଙ୍କ ବିବାହରେ ୨୫୦୦ରୁ ଅଧିକ ପ୍ରକାରର ଖାଦ୍ୟ ରହିବ। ସେଥିମଧ୍ୟରୁ ୧୦୦ରୁ ଅଧିକ ନଡ଼ିଆରେ ପ୍ରସ୍ତୁତ ହେବାକୁ ଥିବା ଖାଦ୍ୟ ଇଣ୍ଡୋନେସିଆର କ୍ୟାଟରିଂ କମ୍ପାନି ପ୍ରସ୍ତୁତ କରିବେ। ବିବାହ ପାଇଁ ୧୦ଜଣ ଆନ୍ତର୍ଜାତୀୟ ରୋଷେୟାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାଯାଇଛି। ଏହି ବିବାହରେ ସ୍ୱତନ୍ତ୍ର କାଶୀ ଚାଟ୍ ଏବଂ ମାଡ୍ରାସ କାଫେର ଫିଲ୍ଟର କଫି ମଧ୍ୟ ପରିବେଷଣ କରାଯିବ। ଏହା ବ୍ୟତୀତ ଇଟାଲୀ ଏବଂ ୟୁରୋପୀୟ ଶୈଳୀରେ ଖାଦ୍ୟ ମଧ୍ୟ ପରିବେଷଣ କରାଯିବ।

    ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଅନନ୍ତ ଅମ୍ବାନୀ-ରାଧିକାଙ୍କ ବିବାହକୁ ଆସିବାକୁ ଥିବା ଭିଭିଆଇପି ଅତିଥିଙ୍କୁ ସ୍ବତନ୍ତ୍ର ଉପହାର ସ୍ୱରୂପ କୋଟି କୋଟି ଟଙ୍କା ମୂଲ୍ୟର ଘଣ୍ଟା ଦିଆଯିବ। ଏହା ବ୍ୟତୀତ ଅନ୍ୟ ଅତିଥିମାନଙ୍କ ପାଇଁ କଶ୍ମୀର, ରାଜକୋଟ ଏବଂ ବନାରସରୁ ଉପହାର ଅର୍ଡର କରାଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ