Monday, September 28, 2026
30.3 C
Odisha

    କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ ବିବାଦ ହେବା ଉଚିତ ନୁହେଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ହେବା ଉଚିତ ନୁହେଁ। ସୋମବାର କର୍ଣ୍ଣାଟକକୁ ଏନଡିଆରଏଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଶୀର୍ଷ କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର୍. ବେଙ୍କଟରମଣି ଏବଂ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ଏଭଳି କହିଛନ୍ତି।

    ସଲିସିଟର ଜେନେରାଲ ତୁଷାର ମେ‌ହେଟ୍ଟା ଶୁଣାଣି ଦୁଇ ସପ୍ତାହ ପରେ କରିବାକୁ ଅନୁରୋଧ କରିଥିଲେ। ‌କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ନ ହେଉ ବୋଲି କହିଛନ୍ତି।

    ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଏନଡିଆରଏଫ ଅନ୍ତର୍ଗତ ମରୁଡ଼ି ସହାୟତା ପାଇଁ ଆର୍ଥିକ ସହାୟତା ପ୍ରଦାନ ନ କରି କେନ୍ଦ୍ର ସରକାର ସମ୍ବିଧାନର ଧାରା ୧୪ ଏବଂ ୨୧ ଅନୁଯାୟୀ ରାଜ୍ୟବାସୀଙ୍କୁ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ କରିଛନ୍ତି। ଏଥିରେ କୁହାଯାଇଛି ଯେ ରାଜ୍ୟ ମରୁଡ଼ି ସହ ସଂଗ୍ରାମ କରୁଛି ଯାହା ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ଗତ ବର୍ଷ, ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଖରିଫ୍ ଋତୁରେ ୨୩୬ ତାଲୁକ ମଧ୍ୟରୁ ୨୨୩ କୁ ମରୁଡ଼ି ଗ୍ରସ୍ତ ଘୋଷଣା କରାଯାଇଛି।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ