Saturday, March 28, 2026
24.4 C
Odisha

    ଓଡ଼ିଶାରେ ନକ୍ସଲ ସଂଗଠନର ନେତୃତ୍ବ ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼ର କ୍ୟାଡର’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୬ ସୁଦ୍ଧା ନକ୍ସଲମାନଙ୍କର ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲମାନେ ପୁଲିସ ନିକଟରେ ଭୟରେ ଆତ୍ମସମର୍ପଣ କରୁଛନ୍ତି। ଧୀରେଧୀରେ ନକ୍ସଲ ଗତିବିଧି ହ୍ରାସ ପାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥା ମଜବୁତ ସାଙ୍ଗକୁ ବିକାଶ କାମ ଯୋଗୁଁ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ତଥାପି ଏବେ ବି ମଝିରେ ମଝିରେ ନକ୍ସଲ ଗତିବିଧି ଜାରି ରହିଛି।

    ଓଡ଼ିଶାରେ ଏବେବି ୬୦ରୁ ୭୦ ଜଣ ନକ୍ସଲ ରହିଛନ୍ତି। ଏଥିରୁ ଓଡ଼ିଶା କ୍ୟାଡର ନକ୍ସଲ ସଂଖ୍ୟା ମାତ୍ର ୬ରୁ ୭ ଜଣ। ବାକି ସବୁ କ୍ୟାଡର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଅଛନ୍ତି। ଓଡ଼ିଶାରେ ସଂଗଠନର ନେତୃତ୍ବ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର ନକ୍ସଲ। ଦେଶରେ ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି। ଏଥିରୁ ମାଲକାନଗିରି,କୋରାପୁଟ,କନ୍ଦମାଳ ସମେତ ଓଡ଼ିଶାରେ ୭ଟି ଜିଲ୍ଲା ସାମିଲ ରହିଛି। ବିଏସ୍ଏଫ୍ ଆଇଜି ଚାରୁଧ୍ବଜ ଅଗ୍ରୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

    ନିକଟରେ ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ସାବେରୀ ନଦୀ କୂଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେର ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପରେ କିନ୍ତୁ ମୃତ ବ୍ୟକ୍ତି ଜଣକ ଗ୍ରାମବାସୀ ବୋଲି ଜଣାପଡିଥିଲା।  ଯବାନଙ୍କ ଉପରେ ଗୁଳି ଚଳାଇ ନକ୍ସଲ ଖସି ଯାଇଥିଲେ। ରାତିର ଅନ୍ଧାରରେ ଜଂଗଲରେ ଖସି ପୁଣି ଛତିଶଗଡ଼ ମୁହାଁ ହୋଇଥିଲେ। ଓଡ଼ିଶାର ଯବାନଙ୍କ ହାତରୁ ବର୍ତ୍ତି ଯାଇଥିଲେ ମଧ୍ୟ ତାଂକୁ ମୃତ୍ୟୁ ଅପେକ୍ଷା କରିଥିଲା ଛତିଶଗଡରେ। ଓଡ଼ିଶା ସୀମା ପାର କରି ସୁକମା ଜିଲ୍ଲାର ଭେଜ୍ଜି ଥାନା ଅଂଚଳର ଜଂଗଲରେ ଆଶ୍ରୟ ନେବାକୁ ଚେଷ୍ଟା କରୁଥିବା ବେଳେ ସେପଟେ ଡିଆରଜି, ଏସଟିଏଫ ଯବାନ ନକ୍ସଲଙ୍କୁ ଅପେକ୍ଷା କରି ରହିଥିଲେ।ନକ୍ସଲ କ୍ୟାମ୍ପ କରି ରହିଥିବା ସ୍ଥାନରେ ଯବାନ ଚଢାଉ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    56 %
    1.5kmh
    0 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ