Saturday, March 28, 2026
37.7 C
Odisha

    ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୩୦/୦୯: ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ପ୍ରଥମେ ଉତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନିଜେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ? ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଂଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ ବୋଲି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।
    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏବେ ଭଦ୍ରକରେ ହୋଇଥିବା ଦଙ୍ଗାରେ ଗିରଫ ହୋଇଥିବା ଦଙ୍ଗାକାରିମାନଙ୍କ ଫଟୋ ବିଜେଡିର ବିଧାୟକଙ୍କ ସହିତ ରହିଛି । ସେମାନେ ବିଜେଡିର ସକ୍ରିୟ ଓ ଆଗ ଧାଡିର ସଦସ୍ୟ ଅଟନ୍ତି । ନବୀନ ବାବୁ ନିଜେ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ରାଜ୍ୟସଭା ଟିକେଟ ଦେଇ ସାଂସଦ କରିଛନ୍ତି । ୨୦୧୭ ମସିହାରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶା ସାମ୍ପ୍ରଦାୟୀକ ହିଂସାରେ ଦେଶରେ ତିନି ନମ୍ବର ସ୍ଥାନରେ ଥିଲା । ୨୦୨୨ର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଓଡିଶାରେ ମାତ୍ର ଗୋଟିଏ ବର୍ଷରେ ୧୫ରୁ ଅଧିକ ସାମ୍ପ୍ରଦାୟୀକ ଦଙ୍ଗା ହୋଇଥିଲା । ଏହା କଣ ନବୀନ ବାବୁଙ୍କର ସୁଶାସନର ପ୍ରତିକ ଥିଲା କି? ଉତର ପ୍ରଦେଶର ଗ୍ୟାଙ୍ଗଷ୍ଟାର ତଥା ସାମ୍ପ୍ରଦାୟୀକ ଦଙ୍ଗାର ଅପରାଧୀ ରାଜା ଖାନକୁ ଯେତେବେଳେ ଓଡିଶାରେ ବିଜେଡିର ଜଣେ ତତକାଳିନ ବିଧାୟକ ସୁରକ୍ଷା ଦେଇଥିଲେ, ସେତେବେଳେ ନବୀନ ବାବୁ କାହିଁକି ଚୁପ ଥିଲେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ