Sunday, September 13, 2026
23 C
Odisha

    ଚା’ବଗିଚା କର୍ମଚାରୀଙ୍କ ଧର୍ମଘଟରୁ ନିଜକୁ ଦୂରେଇ ରଖିଲେ ମମତା: କହିଲେ, ଆମେ ସମର୍ଥନ କରୁନାହୁଁ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଚା’ବଗିଚା କର୍ମଚାରୀଙ୍କ ପାଇଁ ୨୦% ବୋନସ ଦାବି କରି ଟ୍ରେଡ ୟୁନିଅନ ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଧର୍ମଘଟକୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଟ୍ରେଡ ୟୁନିୟନ ଏବଂ ଶ୍ରମ ଆୟୋଗ ମଧ୍ୟରେ ଚାଲିଥିବା ବୈଠକରେ କୌଣସି ହସ୍ତକ୍ଷେପ ନ କରି ଆଗକୁ ଯିବାକୁ ଦିଆଯାଉ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଧର୍ମଘଟକୁ ସମର୍ଥନ କରୁନାହୁଁ। ସେମାନଙ୍କର ଦାବି ଯାହା ହେଉନା କାହିଁକି, ଶ୍ରମ ଆୟୋଗଙ୍କ ସହ ବୈଠକରେ ଆଲୋଚନା କରାଯିବ। ମୁଁ ଏଥିରେ ହସ୍ତକ୍ଷେପ କରିପାରିବି ନାହିଁ। ଦାର୍ଜିଲିଂ ସାଂସଦ ତଥା ବିଜେପି ମୁଖପାତ୍ର ରାଜୁ ବିସ୍ତା ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟକୁ ସମାଲୋଚନା କରି ଶ୍ରମିକଙ୍କ ସପକ୍ଷରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ବିସ୍ତା କହିଛନ୍ତି, ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହେବା ଯୋଗୁ ଚା’ବଗିଚା କର୍ମଚାରୀମାନେ ଧର୍ମଘଟ କରିବାକୁ ବାଧ୍ୟ ହୋଇଛନ୍ତି।

    ବିସ୍ତା ଏକ ବିବୃତିରେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଉତ୍ତର ପଶ୍ଚିମବଙ୍ଗରେ ଥାଇ ମଧ୍ୟ ଚା’ବଗିଚା କର୍ମଚାରୀଙ୍କ ସପକ୍ଷରେ ହସ୍ତକ୍ଷେପ କରିବାକୁ ମମତା ମନା କରିଦେଇଛନ୍ତି। ସରକାର ସେମାନଙ୍କ ଦୁଃଖକୁ ଅଣଦେଖା କରିଛନ୍ତି ଏବଂ ଯଦି ସେମାନଙ୍କ ବୋନସ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାନ୍ତା, ଏହି ଧର୍ମଘଟ ହୋଇ ନ ଥାନ୍ତା।

    ଦାର୍ଜିଲିଂ ଚା ବଗିଚା କର୍ମୀଙ୍କୁ ପ୍ରତିନିଧିତ୍ୱ କରୁଥିବା ଟ୍ରେଡ ୟୁନିଅନମାନେ ଏହି ଧର୍ମଘଟର ଡାକରା ଦିଆଯାଇଥିଲା। ସେ କହିଥିଲେ, ବୋନସ ପ୍ରସଙ୍ଗ ଏକ ଦୀର୍ଘ ଦିନର ପ୍ରସଙ୍ଗ। ଅନେକ ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ମିଳିନାହିଁ। ସୂଚନାଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ମାସରେ ଚା’ଉତ୍ପାଦକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଦାର୍ଜିଲିଂର ଚା’ ଶିଳ୍ପରେ ଚାଲିଥିବା ସଙ୍କଟର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ