Thursday, April 9, 2026
25.9 C
Odisha

    ରାଷ୍ଟ୍ରପତି ଭବନରେ ଶପଥପାଠ ସମୟରେ ବୁଲୁଥିବା ଜନ୍ତୁକୁ ନେଇ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ପାଠ ସମାରୋହରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଥିଲେ। ସମସ୍ତ ଅତିଥିଙ୍କ ନଜର ମନ୍ତ୍ରୀମାନଙ୍କ ଶପଥ ପାଠ ଉପରେ ଥିଲା। ଏହି ସମୟରେ ରାଷ୍ଟ୍ରପତି ଭବନରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୀ ଯାଇଛି। ଭିଡିଓରେ ମନ୍ତ୍ରୀଙ୍କ ଶପଥପାଠ ସମୟରେ ରାଷ୍ଟ୍ରପତି ଭବନର କରିଡରରେ ଏକ ରହସ୍ୟଜନକ ଜନ୍ତୁ ବୁଲୁଥିବା ଦେଖିବାକୁ ମିଳିଥିଲା। କିଏ ଏହି ଜନ୍ତୁକୁ ବିଲେଇ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ବାଘ ଓ କୁକୁର ବୋଲି କହୁଛନ୍ତି। ତେବେ ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିଜେପି ସାଂସଦ ଦୁର୍ଗା ଦାସ ଶପଥ ନେଇ ଦସ୍ତଖତ କରି ରାଷ୍ଟ୍ରପତିଙ୍କ ଆଡକୁ ଯାଉଥିଲେ। ଏତିକି ବେଳେ କରିଡର ପଛରୁ ହଠାତ ଏକ ଜନ୍ତୁ ଅତିକ୍ରମ କରିଯାଇଥିଲା। ଯାହାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥିଲା। ତେବେ ରାଷ୍ଟ୍ରପତି ଭବନରେ ଏହି ଜନ୍ତୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେ‌ଳେ ସରକାରୀ ୱେବସାଇଟ୍ ଅନୁଯାୟୀ, ରାଷ୍ଟ୍ରପତି ଭବନରେ ଅନେକ ପ୍ରାଣୀ ଏବଂ ପକ୍ଷୀ ବାସ କରନ୍ତି। ଯେଉଁଥିରେ ୧୩୬ଟି ଜଙ୍ଗଲୀଗଛର ପ୍ରଜାତି ଓ ୮୪ ପଶୁ ପ୍ରଜାତି ସାମିଲ ଅଛନ୍ତି।

     

     

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ