Thursday, October 15, 2026
28.2 C
Odisha

    ବିବାହ ବାର୍ଷିକୀରେ ଅଲଗା ହେଲେ ଅନୁଭବ-ବର୍ଷା: ଏକା ଦିନରେ ବାହାଘର ଆଉ ଛାଡ଼ପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କ୍ଷେତ୍ରରେ ସେମିତି କିଛି ବି ନଜର ଆସିନାହିଁ । ଉଭୟଙ୍କ ପାଇଁ ବୈବାହିକ ଜୀବନ ପାଲଟି ଯାଇଛି ଅଭିଶପ୍ତ । ବାହଘର ସିନା ପ୍ରେମର ସପ୍ତାହରେ ହୋଇଥିଲା । ହେଲେ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଲା ନାହିଁ । ମାତ୍ର ୧୦ ବର୍ଷ ପରେ ସେହି ପ୍ରେମର ସପ୍ତାହରେ ଯେଉଁଦିନ ବାହାଘର ହୋଇଥିଲା ସେହିଦିନ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମଧ୍ୟ ହୋଇଗଲା । ଫେବୃଆରୀ ୮ ତାରିଖ ୨୦୧୪ ରେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିଲା ବାହାଘର ।

    ଅନେକ ଦିନର ପ୍ରେମ ପରେ ପ୍ରେମ ସପ୍ତାହରେ ହିଁ ବୈବାହିକ ରୂପରେ ପରିଣତ ହୋଇଥିଲା । ହେଲେ ବାହାଘରର କିଛି ଦିନ ଭଲରେ କଟିଥିବା ବେଳେ ଏହା ପରେ ଆରମ୍ଭ ହୋଇଥିଲା ବିବାଦ । ଯାହାପରେ କୋର୍ଟରେ ଯାଇ ପହଞ୍ଚିଥିଲା ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ସମସ୍ୟା ଏବଂ ଛାଡ଼ପତ୍ର ମାମଲା । ଆଉ ଆଜି ସେହି ଫେବୃଆରୀ ୮ ତାରିଖରେ ହିଁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି । ଯେଉଁ ତାରିଖରେ ଉଭୟ ପରସ୍ପରଙ୍କ ହାତ ଧରିଥିଲେ ଆଜି ସେହି ତାରିଖରେ ହିଁ ଉଭୟଙ୍କ ହାତ ଛାଡ଼ିଛନ୍ତି ବର୍ଷା ଅନୁଭବ । ଖାଲି ବର୍ଷରେ ରହିଛି ତାରତମ୍ୟ । ସେ ଥିଲା ୨୦୧୪ ଏହେଉଛି ୨୦୨୪ । ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଛି ଛାଡ଼ପତ୍ର। ଏନେଇ ‘ଏକ୍ସ’ରେ ନିଜ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ଦେଇଛନ୍ତି ନିଚେ ଅନୁଭବ ମହାନ୍ତି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି। ଏ ସମ୍ପର୍କରେ ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଉଛି। ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି। ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ