Saturday, September 19, 2026
25.5 C
Odisha

    ଟିକେଟ୍‌ ମିଳିଲା ନାହିଁ: ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡ଼ାରୁ ଆଶାୟୀ ଅନୁଭବ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଟିକେଟ୍‌ ନମିଳିବା ପରେ ବିଜେଡିରୁ ଅନୁଭବ ପଟ୍ଟନାୟକ ଇସ୍ତଫ ଦେଇଛନ୍ତି। ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଛନ୍ତି। ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି। ଏଥିସହିତ ଗମ୍ଭୀର ଅଭିଯୋଗ ଆଣି ଅନୁଭବ କହିଛନ୍ତି, ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ତାଙ୍କୁ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି। ବର୍ଷ ବର୍ଷ ଧରି ଦଳରେ ରହିଲା ପରେ ବି, ଦଳ ଏକପ୍ରକାର ପକ୍ଷପାତିତା କରିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଖଣ୍ଡପଡା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଘୋଷଣାରେ ଖଣ୍ଡପଡା ଆସନରୁ ବିଜେଡି ପ୍ରାର୍ଥୀ ହେଇଛନ୍ତି ସାବିତ୍ରୀ ପ୍ରଧାନ । ତେଣୁ ସାବିତ୍ରୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅନୁଭବ ଦଳରୁ ଇସ୍ତଫା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    1.4kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ