Saturday, May 4, 2024
25.1 C
Odisha

    ଆଜିଠୁ ‘ସ୍ୱୟମ ଯୋଜନା’ ପାଇଁ ଆବେଦନ ଆରମ୍ଭ

    ଆଗକୁ ପଢନ୍ତୁ

    ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି ।ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ୧୮ରୁ ୩୫ ବର୍ଷର ଯୁବକଯୁବତୀ ଏହି ଋଣ ପାଇଁ ଆବେଦନ କରିପାରିବେ । ସହରାଞ୍ଚଳର ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞପିତ ଅଞ୍ଚଳ ପରିଷଦ ବା ପୌର ପରିଷଦ ବା ମହାନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରିପାରିବେ । କେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି ତାହା ଆବେଦନରେ ଦର୍ଶାଇବାକୁ ପଡିବ ।କାଳିଆ, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନ୍ତର୍ଭୁକ୍ତ ପରିବାର କିମ୍ବା ଗ୍ରାମାଞ୍ଚଳରେ ୯ ଲକ୍ଷ ଏବଂ ସହରାଂଚଳରେ ୩ ଲକ୍ଷରୁ କମ୍ ରୋଜଗାର କରୁଥିବା ବ୍ୟକ୍ତି ସ୍ୱୟମ୍ ଯୋଜନାରେ ଲାଭ ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    78 %
    1.7kmh
    0 %
    Sat
    42 °
    Sun
    44 °
    Mon
    45 °
    Tue
    37 °
    Wed
    39 °

    ସମ୍ବନ୍ଧିତ