Wednesday, September 25, 2024
24.7 C
Odisha

    ଭୁବନେଶ୍ବର ଭରତପୁର ଥାନା ମାମଲା: ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭରତପୁର ଥାନା ମାମଲାରେ ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ । ଭରତପୁର ଥାନରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସିନ୍ ରିକ୍ରିଏସନ । ଭରତପୁର ଥାନାରେ ଖୋଳତାଡ଼ ପରେ ପଥରଗାଡ଼ିଆର ସୁନ୍ଦରପୁରରେ କରାଯାଇଥିଲା କ୍ରାଇମ୍ ସିନ ରିକ୍ରିଏସନ  । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନେଇ ହୋଇଛି ଘଟଣାର ଅନୁଧ୍ୟାନ ।

    ସେପଟେ ଭରତପୁର ଥାନା ପୋଲିସ ବିରୋଧରେ ଆସିଛି ଆଉ ଏକ ସାଙ୍ଘାତିକ ଅଭିଯୋଗ । ଥାନାରେ ପୂଜାର୍ଚ୍ଚନା ନାଁରେ ସବୁ ପ୍ରମାଣ ନଷ୍ଟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାମ୍ନାକୁ ଆସିଛି ସତ । ପୀଡ଼ିତା ଓ ତାଙ୍କ ବନ୍ଧୁଙ୍କ କ୍ରାଇମ୍ ସିନ ରିକ୍ରିଏସନ୍ ର ୨ ଦିନ ପୂର୍ବରୁ କରାଯାଇଥିଲା ପୂଜାର୍ଚ୍ଚନା । ଗ୍ରହ ଶାନ୍ତି ନାଁରେ ହୋଇଥିବା ଏହି ପୂଜାର୍ଚ୍ଚନାରେ ପୂରା ଥାନାକୁ ପାଣିରେ ଧୁଆ ଯାଇଥିଲା । ଏହି ବାହାନାରେ ସବୁ ପ୍ରମାଣ ନଷ୍ଟ କରାଯାଇଛି । ରକ୍ତ ନମୁନା ସହ ଅନ୍ୟ ପ୍ରମାଣକୁ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ।

    ଆଜି ସକାଳେ ଭରତପୁର ଥାନାରେ ତନାଘନା ତଦନ୍ତ କ୍ରାଇମବ୍ରାଞ୍ଚ ଟିମ । କ୍ୟାପଟେନ ଓ ପୀଡ଼ିତାଙ୍କ ସହ ଆସିଥିଲେ ସେନା ଅଧିକାରୀ । ନିଜେ ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପକ୍ରିୟାକୁ ରେକର୍ଡିଂ କରିଥିଲେ  । ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଥିଲେ । ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    97 %
    1.9kmh
    100 %
    Wed
    24 °
    Thu
    26 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ