Friday, February 27, 2026
32.5 C
Odisha

    ରିପ୍ରୋସେସିଂ ପାଇଁ ମିଲ୍ ଗଲା ଅର୍ପଣ ଚାଉଳ, ଚୂନା ହେଵା ପରେ ମହାପ୍ରଭୁଙ୍କ ପିଠା ପ୍ରସ୍ତୁତ କରାଯିବ

    ଆଗକୁ ପଢନ୍ତୁ

    ପୁରୀ : ମିଲ୍ ଗଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ଉତ୍ତର ଦ୍ବାର ପ୍ରବେଶ ଦ୍ବାର ନିକଟରେ ଥିବା ଅର୍ପଣ ଚାଉଳକୁ ମିଲ୍ ପଠାଇଛି ସୁଆର ମହାସୁଆର ନିଯୋଗ । ପ୍ରାୟ ୪୦୦ ବସ୍ତା ଅର୍ଥାତ ୨୦ କ୍ବିଣ୍ଟାଲ ଚାଉଳକୁ ରବିବାର ସକାଳୁ ମିଲ୍କୁ ପଠାଯାଇଛି । ତେବେ ଏହି ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସାରା ରାଜ୍ୟରୁ ସଂଗୃହୀତ ହୋଇଥିଲା ।

    ପ୍ରାୟ ୧୪ ହଜାର କ୍ବିଣ୍ଟାଲ ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସଂଗୃହୀତ ହୋଇଥିବା ବେଳେ ଏଥିରୁ ୪ ହଜାର କ୍ବିଣ୍ଟାଲ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟା ଯାଇଥିଲା।

    ତେବେ ଆହୁରି ୧୦ ହଜାର କ୍ବିଣ୍ଟାଲ ଚାଉଳ ଏବେବି ମହଜୁଦ ଥିବାବେଳେ ସେଗୁଡିକ ନଷ୍ଟ ହେବାକୁ ଗଲାଣି । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଅର୍ପଣ ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୁର୍ଗନ୍ଧ ହେବାରୁ ସୁଆର ମହାସୁଆର ନିଯୋଗ ଏହାର ରିପ୍ରୋସେସିଂ ପାଇଁ ମିଲ୍ ପଠାଇଛି । ଏହି ଚାଉଳକୁ ଚୂନା କରି ମହାପ୍ରଭୁଙ୍କ ପିଠା ପ୍ରସ୍ତୁତ କରାଯିବ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    14 %
    4kmh
    0 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ