Thursday, May 15, 2025
26.6 C
Odisha

ରିପ୍ରୋସେସିଂ ପାଇଁ ମିଲ୍ ଗଲା ଅର୍ପଣ ଚାଉଳ, ଚୂନା ହେଵା ପରେ ମହାପ୍ରଭୁଙ୍କ ପିଠା ପ୍ରସ୍ତୁତ କରାଯିବ

ଆଗକୁ ପଢନ୍ତୁ

ପୁରୀ : ମିଲ୍ ଗଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ଉତ୍ତର ଦ୍ବାର ପ୍ରବେଶ ଦ୍ବାର ନିକଟରେ ଥିବା ଅର୍ପଣ ଚାଉଳକୁ ମିଲ୍ ପଠାଇଛି ସୁଆର ମହାସୁଆର ନିଯୋଗ । ପ୍ରାୟ ୪୦୦ ବସ୍ତା ଅର୍ଥାତ ୨୦ କ୍ବିଣ୍ଟାଲ ଚାଉଳକୁ ରବିବାର ସକାଳୁ ମିଲ୍କୁ ପଠାଯାଇଛି । ତେବେ ଏହି ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସାରା ରାଜ୍ୟରୁ ସଂଗୃହୀତ ହୋଇଥିଲା ।

ପ୍ରାୟ ୧୪ ହଜାର କ୍ବିଣ୍ଟାଲ ଚାଉଳ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ସମୟରେ ସଂଗୃହୀତ ହୋଇଥିବା ବେଳେ ଏଥିରୁ ୪ ହଜାର କ୍ବିଣ୍ଟାଲ ଚାଉଳରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟା ଯାଇଥିଲା।

ତେବେ ଆହୁରି ୧୦ ହଜାର କ୍ବିଣ୍ଟାଲ ଚାଉଳ ଏବେବି ମହଜୁଦ ଥିବାବେଳେ ସେଗୁଡିକ ନଷ୍ଟ ହେବାକୁ ଗଲାଣି । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଥିବା ଅର୍ପଣ ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଦୁର୍ଗନ୍ଧ ହେବାରୁ ସୁଆର ମହାସୁଆର ନିଯୋଗ ଏହାର ରିପ୍ରୋସେସିଂ ପାଇଁ ମିଲ୍ ପଠାଇଛି । ଏହି ଚାଉଳକୁ ଚୂନା କରି ମହାପ୍ରଭୁଙ୍କ ପିଠା ପ୍ରସ୍ତୁତ କରାଯିବ l

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.6 ° C
26.6 °
26.6 °
68 %
2.3kmh
99 %
Wed
26 °
Thu
41 °
Fri
41 °
Sat
44 °
Sun
44 °

ସମ୍ବନ୍ଧିତ