Sunday, October 4, 2026
28.6 C
Odisha

    ବିଜେପି ସରକାର ଚଳାଇବାରେ ଅକ୍ଷମ : ଅରୁଣ ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିବା ଦେଖାଯାଇଛି। ତେବେ ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି କହିଛନ୍ତି। ଅରୁଣ କହିଛନ୍ତି, ଭାଜପା ନୂଆ କରି ସରକାରୀ ଦଳକୁ ଆସିଛି। ଏଣୁ ଠିକ୍‌ ଭାବେ ନିୟମ ଏବଂ ପ୍ରଣାଳୀ ଜାଣି ନାହାନ୍ତି, ଭଲ ଭାବେ ପଢ଼ନ୍ତୁ। ସରକାରୀ ଦଳର କାମ ହେଉଛି ବିଧାନସଭା ସୁରୁଖୁରୁରେ ଚଳାଇବା। ଏଥିଲାଗି ପ୍ରଥମେ ବ୍ୟବସାୟ ପରାମର୍ଶଦାତା କମିଟି ଗଠନ କରିବା କଥା। ତାହା ଗତକାଲିଠାରୁ ହୋଇ ନ ପାରିବା ଦୁଃଖ ଓ ପରିତାପର ବିଷୟ। କହିବାକୁ ଗଲେ ଭାଜପା ସରକାର ଚଳାଇବାରେ ଅକ୍ଷମ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ