Monday, October 5, 2026
24.7 C
Odisha

    ଦିଲ୍ଲୀବାସୀଙ୍କ ହାତରେ ଆପ୍‌ର ଭବିଷ୍ୟତ ସମର୍ପି ଦେଇ ଇସ୍ତଫା ଦେବେ କେଜ୍ରୱାଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ।

    ସେ କହିଛନ୍ତି, “ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ମୁଁ ଏବେ ପ୍ରତ୍ୟେକ ଘର ଓ ରାସ୍ତାକୁ ଯିବି। ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ; ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ।’’

    ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ “ଷଡଯନ୍ତ୍ର” ତାଙ୍କର ଦୃଢ଼ ସଂକଳ୍ପକୁ ଭାଙ୍ଗି ପାରିବ ନାହିଁ ଏବଂ ଦେଶ ପାଇଁ ସଂଗ୍ରାମ ଜାରି ରଖିବାକୁ ଶପଥ ନେଛନ୍ତି।

    ଜେଲରେ ବିତାଇଥିବା ଅନୁଭୂତିକୁ ବାଣ୍ଟି କେଜ୍ରିୱାଲ କହିଛନ୍ତି, “ମୁଁ ଜେଲରୁ କେବଳ ଗୋଟିଏ ଚିଠି ଲେଖିଥିଲି ଏବଂ ତାହା ପୁଣି ସ୍ବାଧୀନତା ଦିବସ ଅବସରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମୋ ଅନୁପସ୍ଥିତିରେ ଆପ୍‌ ନେତ୍ରୀ ଅତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ଅନୁମତି ମାଗି ଲେଖିଥିଲି। ହେଲେ ସେ ଠିଚି ମୋ ପାଖକୁ ଫେରସ୍ତ ଆସିଲା ଏବଂ ଯଦି ମୁଁ ଅଧିକ ଚିଠି ଲେଖିଛି, ତେବେ ମୋ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଗଲା।”

    ସମର୍ଥନ ପାଇଁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଜେଲ୍‌ରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜେନା ଏବଂ ଅମାନତୁଲ୍ଲା ଖାନଙ୍କୁ ଖୁବ ଶୀଘ୍ର ମୁକ୍ତ କରାଯିବ ବୋଲି ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ