Thursday, September 17, 2026
30 C
Odisha

    ଆଜି ଶେଷ ହେବ ଦ୍ବନ୍ଦ୍ବ: ବଛା ହେଲେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଦିଲ୍ଳୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚାଲିଥିବା ଦ୍ବନ୍ଦ୍ବ ଆଜି ଶେଷ ହେବାକୁ ଯାଉଛି। ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ସାକ୍ଷାତ ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅପରାହ୍ନ ୪.୩୦ରେ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଛି।
    ଗତ ସପ୍ତାହରେ ମଦ ନୀତି ମାମଲାରେ ଜାମିନ ପାଇଥିବା କେଜ୍ରିୱାଲ ସେପ୍ଟେମ୍ବର ୧୫ ତାରିଖରେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେ‌ବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କର ଇସ୍ତଫା ଘୋଷଣା ସହ ସବୁ କିଛି ଜନସାଧାରଙ୍କ ଉପରେ ଛାଡ଼ି ଦେଇଥିଲେ। ଜନସାଧାରଣ ତାଙ୍କୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କହିଥିଲେ। ତେବେ ଆଜି ଅପରାହ୍ନରେ ସେ ତାଙ୍କ କଥା ରଖି ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି।

    ତେବେ କେଜ୍ରିୱାଲ୍‌ଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଗତକାଲି ଏକ‌ ବୈଠକ ହୋଇସାରିଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବା ଉଚିତ ସେ ସମ୍ପର୍କରେ ମତାମତ ପାଇଁ ଆପ୍‌ ନେତାଙ୍କୁ ଡକାଇ କେଜ୍ରିୱାଲ୍‌ ଏକ ‘ୱାନ୍‌-ଟୁ-ୱାନ୍‌’ କଥାବାର୍ତ୍ତା କରିଥିଲେ। ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ କେଜ୍ରିୱାଲଙ୍କ ବାସଭବନରେ ଗତକାଲତ ସକାଳ ୧୧.୩୦ରେ ଆପ୍‌ ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

    ତେବେ ଜାଣିବାକୁ ମିଳିଛି ଯେ ଦିଲ୍ଲୀର ମନ୍ତ୍ରୀ ଅତିଶୀ, ଗୋପାଳ ରାୟ, ସୌରଭ ଭରଦ୍ୱାଜ ଏବଂ କୈଳାସ ଗେହଲୋଟ ଆଦି ଆଗାମୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ