Friday, March 20, 2026
31 C
Odisha

    ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ, ରାଜସ୍ଥାନ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଯୋଧପୁର: ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ପାରୋଲ ମିଳିଛି । ପୁଲିସ ହେପାଜତରେ ଚିକିତ୍ସା ପାଇଁ ଆଶାରାମ ମହାରାଷ୍ଟ୍ର ଯିବେ। ଆଶାରାମଙ୍କ ମହାରାଷ୍ଟ୍ରରେ ଚିକିତ୍ସା କରାଯିବ। ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି।ଯୋଧପୁର ସେଣ୍ଟ୍ରାଲ ଜେଲରେ ପୁଣି ଥରେ ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଶାରାମଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ମିଳିବା ମାତ୍ରେ ତାଙ୍କ ସମର୍ଥକମାନେ ହସ୍ପିଟାଲ ଚାରିପାଖରେ ଏକତ୍ରିତ ହେବା ପରେ ସେଠାରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲା।

    ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଆଶାରାମଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଡାକ୍ତରୀ ପରୀକ୍ଷା କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ମାସରେ ପୁଣେର ମାଧବବାଗ ହସ୍ପିଟାଲର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଯୋଧପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆୟୁର୍ବେଦିକ ପଦ୍ଧତିରେ ହୃଦରୋଗ ଚିକିତ୍ସା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    32 %
    3.4kmh
    68 %
    Fri
    32 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ