Tuesday, September 29, 2026
24.9 C
Odisha

    ବିଧାନସଭା ଘେରିଲା ୱାର୍ଡମେମ୍ବର ମହାସଂଘ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ସେମାନଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବା ଓ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବାର ବ୍ୟବସ୍ଥା କରିବା ସେହିଭଳି କାର୍ଯ୍ୟକାଳ ସରିବା ପୂର୍ବରୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସେମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସ୍ବାଭାବିକ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି।

    ସେହିଭଳି ନିଜ ୱାର୍ଡରେ ବିଭିନ୍ନ ସରକାରୀ ଯୋଜନାର ଯୋଗ୍ୟ ହିତାଧିକାରୀ ଚୟନ କ୍ଷମତା ସେମାନଙ୍କୁ ଦିଆଯାଉ ବୋଲି ସଂଘ କହିଛି। ଆଜି ମହାସଂଘ ତରଫରୁ ରାଜ୍ୟ ସଭାପତି ଗୌତମ ବେହେରାଙ୍କ ନେତୃତ୍ବରେ କଂଗ୍ରେସ ଭବନଠାରୁ ଏକ ବିଶାଳ ରାଲି ବାହାରି ଲୋୟର୍‌ ପିଏମ୍‌ଜିଠାରେ ପହଞ୍ଚି ଗଣଧାରଣା ଦେଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ବେମାଲ, କୋଷାଧ୍ୟକ୍ଷ ସୁନୀଲ କୁମାର ବଳିଆରସିଂ, ବିଷ୍ଣୁପ୍ରିୟା ସାହୁ, ସୁଦୀପ୍ତ ରାଉତରାୟ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ