Sunday, September 20, 2026
25.3 C
Odisha

    ଆସନ୍ତା ୨୧ ତାରିଖରେ ଶପଥ ନେଇପାରନ୍ତି ଆତିଶୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଗତକାଲି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ । ସେହିପରି ସମସ୍ତ ବିଧାୟକ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ସୂଚନାନୁସାରେ, ସେପ୍ଟେମ୍ବର ୨୧ (ଶନିବାର) ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି।

    ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇଛନ୍ତି ଏବଂ ୨୧ ସେପ୍ଟେମ୍ବର ୨୦୨୪ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି। ତେବେ ଶପଥ ଗ୍ରହଣ କରିବାର କୌଣସି ତାରିଖ ଆତିଶୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇ ନାହିଁ। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି ଏହି ପଦବୀରେ ରହି ଶିଲା ଦିକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ |

    ତେବେ ସବୁଠାରୁ କମ ସମୟ ପର୍ଯ୍ୟନ୍ତ ୧୯୯୮ରେ ସ୍ୱରାଜଙ୍କ କାର୍ଯ୍ୟକାଳ ୫୨ ଦିନ ଥିଲା। ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ (୪୩) ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ