Saturday, March 21, 2026
32.6 C
Odisha

    ସାପ୍ତାହିକ ହାଟରେ ନକ୍ସଲ ହମଲା: ୨ ଯବାନ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗରଗୁଣ୍ଡା ଥାନା ଅଞ୍ଚଳରେ ଯବାନଙ୍କ ଉପରେ ନକ୍ସଲ ହମଲା ହୋଇଛି। ଦୁଇ ଗୁରୁତର ଯବାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଜଗରଗୁଣ୍ଡା ସାପ୍ତାହିକ ହାଟକୁ ଯବାନ ଡ୍ୟୁଟି କରିବାକୁ ଆସିଥିଲେ। ତେବେ ପୂର୍ବରୁ ନକ୍ସଲ ସଂଗଠନର ଛୋଟ ଟିମ୍ ଅପେକ୍ଷା କରି ରହିଥିଲା। ଯବାନଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଦୁଇଜଣ ଯବାନ ଗୁରୁତର ହୋଇଥିଲେ। ତୁରନ୍ତ ଦୁଇ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ଯବାନଙ୍କ ଟିମ ପହଞ୍ଚି ସର୍ଚ୍ଚ ଅପେରସନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ