Monday, October 5, 2026
24.7 C
Odisha

    ପୁଲିସ୍‌କୁ ଆକ୍ରମଣ କଲା ‘ପାଉ’ ମାଫିଆ; ଦୁଇ କନେଷ୍ଟବଳକୁ ଆହତ, ଯୁବକ ଅଟକ

    ଆଗକୁ ପଢନ୍ତୁ

    ନିରାକାରପୁର: ଗାଁରେ ବ୍ରାଉନ୍‌ସୁଗାର(ପାଉ) ମାଫିଆଙ୍କର ଆତଙ୍କରାଜ୍‌। ଗାଁ ଲୋକଙ୍କ ଧମକ ଚମକ ଦେଉଥିଲା। ସୂଚନା ପାଇ ପୁଲିସ ଆସିଲା ପରେ ଛୁରୀ ଦେଖାଇ ପୁଲିସ୍‌କୁ ବି ଡରାଇଲା। କେବଳ ଡରାଇଲା ନାହିଁ ଦୁଇ ଜଣ କନେଷ୍ଟବଳଙ୍କୁ ବି ଛୁରୀରେ ଆକ୍ରମଣ କଲା। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସରପାରି ଗାଁରେ ଆଜି ଘଟିଥିବା ଏ ଘଟଣା ଭାରି ଚର୍ଚ୍ଚାର ବିଷୟ ହୋଇଛି। ବ୍ରାଉନ୍‌ସୁଗାର ଖାଇ ଉତ୍ପାତ ହୋଇଥିବା ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଛି।
    ଗାଁ ଲୋକଙ୍କ କହିବା ମୁତାବକ, ଏ ଘଟଣା ଆଜିର ନୁହେଁ, ଗଲା କିଛି ଦିନ ହେଲା ଏମିତି ନିତିଦିନ ଚଳାଇ ଆସୁଥିଲେ। ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍‌ସୁଗାର ବିକ୍ରିବଟା କରିବା ସହିତ ନିଜେ ବି ଖାଉଥିଲା। ନିଶାଶକ୍ତ ଅବସ୍ଥାରେ ଆଜି ଥିବା ବେଳେ ଗାଁ ଲୋକଙ୍କୁ ଧମକ ଚମକ ଦେଇଥିଲା। ଛୁରୀ ଦେଖାଇ ଭୟଭୀତ କରାଇଥିଲା। ଯୁବକଙ୍କ ଉତ୍ପାତରେ ଗାଁ ଲୋକେ ଅତିଷ୍ଠ ହୋଇ ପୁଲିସକୁ ଖବର ଦେଇଥିଲେ।

    ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସକୁ ବି ଯୁବକ ଜଣକ ଡରାଇବାକୁ ଚେଷ୍ଟା କରିଥିଲେ। ହାତରେ ଧରିଥିବା ଛୁରୀରେ ପୁଲିସକୁ ବି ଆକ୍ରମଣ କରିଥିଲେ। ଘଟଣାରେ ଜଙ୍କିଆ ଥାନାର ଦୁଇ ଜଣ କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି। ଆହତ ପୁଲିସଙ୍କୁ ମଳିପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଗାଁରେ ଉତ୍ପାତ କରୁଥିବା ଏହି ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ଆଣି ପଚରା ଉଚରା ଜାରି କରିଛି। ଲୋକଙ୍କ ଅଭିଯୋଗ ଆଧାରରେ ଯୁବକଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରିଣୀ ପ୍ରଜ୍ଞାୠତୁମ୍ଭରା କର ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ