Friday, April 12, 2024
31.5 C
Odisha

    କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ବନ୍ଧୁକ ଦେଖାଇ ଅପହରଣ ଅଭିଯୋଗ

    ଆଗକୁ ପଢନ୍ତୁ

    କଟକ ବାଦାମବାଡି ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ଗୀତିକାର ପ୍ରମୋଦ କୁମାର ପରିଡ଼ାଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ ଅଭିଯୋଗ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଓ ସହଯୋଗୀମାନେ ପ୍ରମୋଦଙ୍କୁ ଘର ଉଠାଇ ନେଇ ମାଡ଼ ମାରିଥିବା ସେ ବାଦାମବାଡି ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ପ୍ରମୋଦ ବାଦାମବାଡି ପାଲାମଣ୍ଡପରେ ଭଡ଼ା ଘରେ ରହୁଛନ୍ତି । ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନରେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ୍ ପପୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦଙ୍କ ଘରେ ପହଞ୍ଚିଥିଲେ । ପ୍ରମୋଦ କିଛି ବୁଝିବା ପୂର୍ବରୁ ପପୁ ବନ୍ଧୁକ ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ହ୍ୟୁମାନ ସାଗରଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖୁଛୁ କହି ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ସ୍କୁଟିରେ ବସାଇ ସନସାଇନ୍ ଫିଲ୍ଡ ପାଖରେ ଥିବା ଏକ ଘରକୁ ନେଇ ଯାଇଥିଲେ । ସେଠାରେ ଥିବା ୮ରୁ ୧୦ ଜଣ ଯୁବକ ତାଙ୍କ ହାତଗୋଡ ବାନ୍ଧି ମାଡ଼ ମାରିଥିଲେ । ପପୁ ଏକ ଲୁହା ରଡରେ ତାଙ୍କ ମୁଣ୍ଡକୁ ପିଟିଥିଲା । ଫଳରେ ତାଙ୍କ ଚେତା ପଳାଇଯାଇଥିଲା । ଚେତା ଫେରିବା ବେଳକୁ ସେ ନିଜକୁ ବିବସ୍ତ୍ର ଅବସ୍ଥାରେ ପାଇଥିଲେ । ତାଙ୍କ ବେକରୁ ସୁନା ଚେନ୍, ହାତରୁ ଘଣ୍ଟା ଗାଏବ ହୋଇଯାଇଥିଲା । ସେଠାରେ ଥିବା ଯୁବକମାନେ ତାଙ୍କ ଭିଡିଓ କରିଥିଲେ । ହ୍ୟୁମାନ ସାଗରଙ୍କ ବିରୋଧରେ ଆଉ ଲେଖିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    32 %
    1.6kmh
    100 %
    Fri
    31 °
    Sat
    37 °
    Sun
    39 °
    Mon
    41 °
    Tue
    42 °

    ସମ୍ବନ୍ଧିତ