Monday, March 23, 2026
32.9 C
Odisha

    ଏଯାବତ ରାମମନ୍ଦିରକୁ କେତେ ପରିମାଣର ମିଳିଛି ଦାନ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଅଯୋଧ୍ୟା:ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟ ‌ଯେବେଠାରୁ ନିର୍ଦ୍ଦେଶ ଦେଇଛି ସେହିଦିନ ଠାରୁ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଚଳିତବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରତିଷ୍ଠା ହୋଇଥିବା ‌ବେଳେ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ୨୦୨୫ ଭିତରେ ପୁରା ହୋଇଯିବାର ଯୋଜନା ରହିଛି। ରାମ ଭକ୍ତମାନେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। କେବଳ ଏତିକି ନୁହେଁ ଲକ୍ଷଲକ୍ଷ ଲୋକ ମଧ୍ୟ ଦର୍ଶନ ଓ ପୂଜା ପାଇଁ ଅଯୋଧ୍ୟାକୁ ସୁଟି ଆସୁଛନ୍ତି। ରାମଲଲ୍ଲାଙ୍କ ମନ୍ଦିର ପାଇଁ ଭୂମି ପୂଜନ ୨୦୨୦ ମସିହା ଅଗଷ୍ଟ ୫ରେ ହୋଇଥିଲା। ସେବେଠାରୁ ରାମଲଲ୍ଲାଙ୍କ ଭକ୍ତମାନେ ପାଣ୍ଠିକୁ କରିଥିବା ଦାନର ମୂଲ୍ୟ କେବଳ ଏତିକି ନୁହେଁ, ରାମଲଲ୍ଲାଙ୍କ ଭକ୍ତମାନେ ବିଦେଶରେ ବସି ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସ୍ବଇଚ୍ଛାରେ ଦାନ କରୁଛନ୍ତି। ୧୦ ମାସ ମଧ୍ୟରେ ରାମଲଲ୍ଲାଙ୍କ ମନ୍ଦିର ନିର୍ମାଣ ପାଇଁ ବିଦେଶରୁ ରାମ ଭକ୍ତମାନେ ପ୍ରାୟ ୧୧ କୋଟି ଟଙ୍କା ଦାନ କରିଛନ୍ତି। ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ, ରାମଲଲ୍ଲାଙ୍କ ଦାନ କାଉଣ୍ଟର ସମେତ ଦର୍ଶନ ମାର୍ଗର ଅନେକ ସ୍ଥାନରେ ଦାନ କାଉଣ୍ଟର କରାଯାଇଛି। ଯେଉଁଠାରେ ଭକ୍ତମାନେ ନଗଦ ଅର୍ଥ, ଅନଲାଇନ୍ ଚେକ୍, ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଦାନ କରୁଛନ୍ତି ।

    ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରତିଦିନ ୧ ଲକ୍ଷରୁ ଅଧିକ ରାମ ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ କରୁଛନ୍ତି, ଯେଉଁଥିରେ ସୁନା ଓ ରୂପା ଅଳଙ୍କାର ମଧ୍ୟ ରହିଛି। ମନ୍ଦିରର ମୂଳଦୁଆ ପକାଯିବା ପ୍ରାୟ ୪ ବର୍ଷ ବିତିଗଲାଣି । ସେହି ଦିନଠାରୁ ରାମ ଭକ୍ତମାନେ କ୍ରମାଗତ ଭାବେ ମନ୍ଦିର ନିର୍ମାଣ ପାଇଁ ଦାନ କରି ଚାଲିଛନ୍ତି। ଅଧିକ ରହିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ