Sunday, October 4, 2026
29.6 C
Odisha

    ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା : ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କଲା ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ସେନା ସୋମବାର ନିଜର ପୂର୍ବତନ ଜେନେରାଲ ତଥା ପୂର୍ବତନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ମୁଖ୍ୟ ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ଏହି ସୂଚନା ଦେଇଛି। ପାକିସ୍ତାନ ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ଗୁଇନ୍ଦା ମୁଖ୍ୟଙ୍କ ବିରୋଧରେ କୋର୍ଟ ମାର୍ଶାଲ ଆରମ୍ଭ ହୋଇଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି। ଟପ୍ ସିଟି ଆବାସ ଯୋଜନା ଦୁର୍ନୀତିରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି।
    ସେନାର ଜନସଂପର୍କ ଶାଖା ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର୍) ଏକ ବିବୃତ୍ତିରେ କହିଛି ଯେ, “ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ (ଅବସରପ୍ରାପ୍ତ)ଙ୍କ ବିରୋଧରେ ଟପ୍ ସିଟି ମାମଲାରେ ହୋଇଥିବା ଅଭିଯୋଗର ସତ୍ୟତା ଜାଣିବା ପାଇଁ ପାକ୍ ସେନା ପକ୍ଷରୁ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ତେଣୁ ପାକିସ୍ତାନ ସେନା ଆଇନର ଧାରା ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ (ଅବସରପ୍ରାପ୍ତ)ଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାବ୍ୟତୀତ ଅବସର ପରେ ପାକିସ୍ତାନ ଆର୍ମି ଆକ୍ଟ ଉଲ୍ଲଂଘନ ହେବାର ଅନେକ ଉଦାହରଣ ସାମ୍ନାକୁ ଆସିଛି। ଫିଲ୍ଡ ଜେନେରାଲ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନିଆଯାଇଛି।“

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ