Friday, October 2, 2026
29.9 C
Odisha

    ବାଜରା ଖେଚେଡ଼ି

    ଆଗକୁ ପଢନ୍ତୁ

    ସାମଗ୍ରୀ: ବାଜରା,ବାଦାମ ମଞ୍ଜି,ଗରମ ମସଲା,ଧନିଆ ପାଉଡର, ହଳଦୀ ପାଉଡର, ଜିରା, ଲଙ୍କା ପାଉଡର, ହେଙ୍ଗୁ, ଘିଅ, ଲୁଣ

    ପ୍ରସ୍ତୁତ ପ୍ରଣାଳି: ଏକ ପାତ୍ରରେ ବାଜରା ନେଇ ପାଣିରେ ଭଲ ଭାବରେ ସଫା କରି ଦିଅନ୍ତୁ। ହାକୁ କିଛି ସମୟ ପରିଷ୍କାର ପାଣିରେ ଭିଜାଇ ରଖନ୍ତୁ। ବର୍ତ୍ତମାନ ବାଜରାରୁ ପାଣି ବାହାର କରି ଏହାକୁ କୁଟି ସେଥିରୁ ଭୁସି ବାହାର କରିଦିଅନ୍ତୁ। ବର୍ତ୍ତମାନ କୁକରରେ ପାଣି ନେଇ ସେଥିରେ ବାଜରା ଗୁଣ୍ଡ ପକାନ୍ତୁ। କିଛି ଲୁଣ ଏବଂ ହଳଦୀ ପାଉଡର ପକାନ୍ତୁ। କୁକରରେ ଢାଙ୍କୁଣୀ ଦେଇ ସିଝାନ୍ତୁ।୪ରୁ ୫ଟି ସିଟି ମାରିବା ପର୍ଯ୍ୟନ୍ତ ରଖନ୍ତୁ।ଢାଙ୍କୁଣୀ ଖୋଲି ଦେଖନ୍ତୁ ବାଜରା ନରମ ହୋଇଯାଇଥିବ।ଏବେ ଏକ ପ୍ୟାନକୁ ନିଆଁରେ ବସାଇ ଘିଅ ପକାନ୍ତୁ। ଏଥିରେ ହେଙ୍ଗୁ, ଜିରା, ବାଦାମ ପକେଇ ଭାଜନ୍ତୁ। ଏବେ ଧନିଆ ପାଉଡର, ଗରମ ମସଲା, ଚିଲି ପାଉଡର ପକାଇ ୧ ମିନିଟ୍ ପାଇଁ ଭାଜନ୍ତୁ।ବର୍ତ୍ତମାନ ଏଥିରେ ରନ୍ଧା ହୋଇଥିବା ବାଜରା ପକେଇ ଭଲ ଭାବରେ ଘାଣ୍ଟନ୍ତୁ।ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ଗ୍ରୀନ୍ ମଟର ମଧ୍ୟ ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ବାଜରା ଖେଚେଡି। ଆପଣ ଏହାକୁ ଆଚାର, ଦହି, ଆଳୁ ଭର୍ତ୍ତା ସହିତ ଖାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ