Thursday, October 1, 2026
22.7 C
Odisha

    ସୁଭଦ୍ରା ଯୋଜନାରୁ ବଞ୍ଚିତ ବଣ୍ଡା ମହିଳା

    ଆଗକୁ ପଢନ୍ତୁ

    ମାଲକାନଗିରି: ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଶେଷ ହୋଇଥିବା ବେଳେ ଏକ କୋଟିରୁ ଉର୍ଦ୍ଧ୍ବ ମହିଳା  ଉପକୃତ ହୋଇସାରିଲେଣି।କିନ୍ତୁ ମାଲକାନଗିରି ଜିଲ୍ଲାର ଉପାନ୍ତ ବଣ୍ଡାଘାଟିରେ ଘାଟି ଚଢିପାରୁ ନାହିଁ ସୁଭଦ୍ରା ଯୋଜନା।

    ଏହି ଯୋଜନାରେ ୧୫୨୨ ଜଣ ଆବେଦନ କରିଥିଲେ ମଧ୍ୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି।ବାରମ୍ବାର ବ୍ୟାଙ୍କ ଦୌଡୁଥିଲେ ମଧ୍ୟ ଖାତାକୁ ଟଙ୍କା ଆସି ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି।ଆଧାର ଓ କେୱାଇସି ଅପଡେଟ୍ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି।

    ଏନେଇ ଖଇରୁପଟ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ କର୍ତ୍ତୃପକ୍ଷ ନା କୌଣସି ତଥ୍ୟ ଦେଇଥିଲେ, ନା ଅଧିକାରୀଙ୍କ ଦେଖା ମିଳିଥିଲା।ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ବଡବେଲ ଗାଁର ସମ୍ବାରୀ ବଡନାୟକ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।ଆବେଦନ ତାଲିକାରେ ନାମ ମଧ୍ୟ ଅଛି।କିନ୍ତୁ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉ ନାହିଁ।ସେହିଭଳି ସୁକ୍ରି ଶିଶାଙ୍କ ଘର ମୁଦୁଲିପଡା ପଞ୍ଚାୟତର କିରସାନି ପଡାରେ।ଶୁକ୍ରି ମଧ୍ୟ ଆବେଦନ କରିଛନ୍ତି କିନ୍ତୁ ଯୋଜନାରେ ଲାଭ ପାଇ ନାହାନ୍ତି।

    ସେହିପରି କମଳା ବଡନାୟକ,ସୁଚିତ୍ରା ବଡନାୟକଙ୍କର ମଧ୍ୟ ସମଅବସ୍ଥା। ଯୋଜନାରେ ଆବେଦନ କରିଥିଲେ ମଧ୍ୟ ବାରମ୍ବାର ବ୍ୟାଙ୍କ ଦୌଡିଦୌଡି ନୟାନ୍ତ ହେଲେଣି । ବଣ୍ଡାଘାଟିର ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି।ବଣ୍ଡାଘାଟିରେ ୧୫୨୨ ଜଣ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ବେଳେ ଦ୍ବିତୀୟ କିସ୍ତି ସୁଦ୍ଧା ୫୧୫ ଜଣ ଲାଭବାନ ହୋଇଥିବା ବେଳେ ଅନ୍ୟମାନେ ବଞ୍ଚିତ ହୋଇଛନ୍ତି।ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଥିବାବେଳେ  ୩୧ଟି ଗାଁ ରହିଛି।

    ମୁଦୁଲିପଡା ପଞ୍ଚାୟତର ୭୪୮ ଜଣ ମହିଳା ଆବେଦନ କରିଥିବା ବେଳେ ଅଣ୍ଡ୍ରାହାଲ ପଞ୍ଚାୟତର ୭୭୪ ଜଣ ମହିଳା ଆବେଦନ କରିଛନ୍ତି। ଏଥିରୁ ମୁଦୁଲିପ଼ଡା ପଞ୍ଚାୟତର ୨୮୧ ଜଣ  ଲାଭବାନ ହୋଇଥିବା ବେଳେ ଅଣ୍ଡ୍ରାହାଲ ପଞ୍ଚାୟତର ୨୭୪ ଜଣ ଲାଭବାନ ହୋଇଛନ୍ତି।ଏବେ ବି ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ମହିଳା ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି।

    ବାରମ୍ବାର ଟଙ୍କା ପାଇଁ  କିଏ ୧୫ କିଲୋମିଟର ତ ଆଉ କିଏ ୩୦ କିଲୋମିଟର ଘାଟି ଓହ୍ଲାଇ ଗ୍ରାହକ ସେବା କେନ୍ଦ୍ରରେ ଭିଡ ଜମାଉଛନ୍ତି ତ ଆଉ କିଏ ବ୍ୟାଙ୍କରେ ଧାଡି ବାନ୍ଧିଛନ୍ତି।କିନ୍ତୁ ନିଜର କେୱାଇସି ଅପଡେଟ୍ ଓ ଆଧାରରେ ତ୍ରୁଟି ଯୋଗୁ ଯୋଜନାରେ ଟଙ୍କା ଖାତାକୁ ଆସିପାରୁ ନାହିଁ ।

    ସଚେତନତା ଅଭାବ ଯୋଗୁ ଏଭଳି ସମସ୍ୟା ସ୍ଥାନୀୟ ଲୋକେ ଭୋଗୁଛନ୍ତି। କିନ୍ତୁ ଏବେ ଶିଶୁ ବିକାଶ କାର୍ଯ୍ୟାଳୟର ହେଲପ୍ ଡେସ୍କର କର୍ମଚାରୀ ବଣ୍ଡାଘାଟିର ଗାଁକୁ ଗାଁ ବୁଲି ସର୍ଭେ କରି ବଣ୍ଡାମହିଳା କିଭଳି ଏହି ଯୋଜନାରେ ସାମିଲ ହୋଇପାରିବେ ସେନେଇ ତଥ୍ୟ ସଂଗ୍ରହ କରି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ