Sunday, October 4, 2026
21.8 C
Odisha

    ଦୁର୍ବୃତ୍ତଙ୍କ ଆତଙ୍କରାଜ: ବନ୍ଧୁକ ମୁନରେ ଲୁଟ ଉଦ୍ୟମ, ଭିଡ଼ିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଲଗାତାର ଦେଖିବାକୁ ମିଳୁଛି। ସେମାନେ ବନ୍ଧୁକ ମୁନରେ ଲୁଟ କରୁଥିବା ଘଟଣା ମଧ୍ୟ ବାରମ୍ବାର ଘଟୁଥିବା ଅଭିଯୋଗ ହେଉଛି । ସମ୍ପ୍ରତି ୩ ଜଣ ଲୁଟେରାଙ୍କ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

    ଭିଡ଼ିଓରେ ୩ ଜଣ ସଶସ୍ତ୍ର ବ୍ୟକ୍ତି ବିଳମ୍ବିତ ରାତିରେ ଦିଲ୍ଲୀର ଏକ ନାଇଟ୍ କ୍ଲବ ବାହାରେ ଫାଙ୍କା ଗୁଳି ଚଳାଇ ମାଲିକଙ୍କୁ ଭୟଭୀତ କରିବା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଭିଡ଼ିଓ ଗୁରୁବାର ରାତିର ବୋଲି କୁହାଯାଉଛି।

    ଏହି ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସିମାପୁରୀର କାଞ୍ଚ କ୍ଲବରେ ଘଟିଥିବା କୁହାଯାଉଛି। ଲଟେରାଙ୍କ ସମ୍ପୂର୍ଣ୍ଣ କାଣ୍ଡ ନାଇଟ୍ କ୍ଲବ ବାହାରେ ଥିବା ସିସିଟିଭିରେ କଏଦ ହୋଇଥିଲା । ‌ତେବେ ଏହି ଘଟଣାରେ କେହି ହତାହତ ହୋଇ ନ ଥିବା ଜଣାପଡ଼ିଛି।

    ପୁଲିସ କହିଛି ଯେ, ନିକଟସ୍ଥ ଗାଜିଆବାଦ ନିବାସୀ ଶାହାରୁଖ ନାମକ ଜଣେ ଅଭିଯୁକ୍ତଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।
    ଭିଡିଓରେ ଦେଖିବାକୁ ମିଳୁଛି, ତିନି ଜଣ ବ୍ୟକ୍ତି କ୍ଲବ ଆଡ଼କୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ବ୍ୟକ୍ତି ହାତରେ ବନ୍ଧୁକ ଧରିଛନ୍ତି ଏବଂ କ୍ଲବ ବାହାରେ ଠିଆ ହୋଇଥିବା ବାଉନ୍ସରମାନଙ୍କୁ ଆଣ୍ଠୁମାଡ଼ି ବସିବାକୁ ଧମକ ଦେଉଛନ୍ତି।

    ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବନ୍ଧୁକ ଉଠାଇ ଧମକ ଦେଉଛନ୍ତି, “ଯଦି ତୁମ ମଧ୍ୟରୁ କେହି ଉଠିବ, ତେବେ ମୁଁ ତୁମ ମୁଣ୍ଡକୁ ଗୁଳି କରି ଦେବି ।” କ୍ଲବ ବାହାରେ ଠିଆ ହୋଇଥିବା ୩ ଜଣ ବାଉନ୍ସରଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ବାଉନ୍ସରମାନେ ଆଣ୍ଠୁମାଡ଼ି ବସିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ କ୍ଲବ ଭିତରେ ପ୍ରବେଶ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ବୋଧହୁଏ କ୍ଲବ ଭିତରେ ମାଲିକଙ୍କୁ ନ ପାଇବାରୁ କିଛି ସେକେଣ୍ଡ ପରେ ସେମାନେ ମଧ୍ୟ ବାହାରକୁ ବାହାରି ଆସିଥିଲେ । ଏହାପରେ ଅଭିଯୁକ୍ତମାନେ କ୍ଲବ ଉପରେ ଅନେକ ରାଉଣ୍ଡ ଗୁଳି ଚଳାଇଥିବା ସହ ମାଲିକଙ୍କୁ ଗାଳିଗୁଲଜ କରି ପଳାଇ ଯାଇଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ